ଓଳାଶୁଣୀ ॐକାରର ପ୍ରଣବ ଧ୍ୱନିରେ ନିନାଦିତ ତୁମେ ,ସାଧୁ, ସନ୍ଥ, ମହାତ୍ମା, ମହାପୁରୁଷ ଏବଂ ଶ୍ରମଣମାନଙ୍କ ଦିବ୍ୟ ପଦରଜରେ ଧନ୍ୟ ଏକ ପବିତ୍ର ତୀର୍ଥଭୂମି ଏବଂ ଅନିର୍ବଚନୀୟ ଶୋଭାମଣ୍ଡିତ ତୁମର ସେ,ଆକାଶଛୁଆଁ ଶ୍ୟାମଳ ତରୁରେ ଘେରା-ଅପୂର୍ବ ଗିରି-ମେଖଳା ନିଭୃତ ଓ ନୀରବ ତୁମର ସେ ସାଧନମୟ ଅନନ୍ତଗୁମ୍ଫାରେ କେବେ କେବେ ଶୁଭେବୁଦ୍ଧବାଣୀର ଆବାହନୀ ତ’ କେବେ ଭାସିଆସେ ‘ମହୀମଣ୍ଡଳ ଗୀତା ‘ର ତତ୍ତ୍ୱବାଣୀକେବେ ନୀରବ ଉପତ୍ୟକାରେ ଦେବୀଙ୍କ ପଦପାତ ଶୁଭେଘୁଙ୍ଗୁରର ଅପରୂପ ନିକ୍ୱଣରେ ଗୁଂଜରିତ ହୁଏ ଏବଂ କେବେ ଘନରାତିର ବୁକୁ ଚିରି ଘୁମନ୍ତ ପହରେ ଭାସିଆସେ ‘ମୋହନ ବଂଶୀ’ର ସେ ମୁଗ୍ଧ ସୁର କୃଶୋଦୋରୀ ପୁଣ୍ୟତୋୟା ଗୋମତୀ ଗୋବରୀ ତୁଠରେ ଆଙ୍କି ହୋଇଥାଏ ‘ମହାପୁରୁଷ’ଙ୍କ ପବିତ୍ର ପଦଚିହ୍ନର ଝଲକଅଠର ଶହ ଶତାବ୍ଦୀତଳରୁ /କେବେ ଦିନେ, କେନ୍ଦ୍ରାପଡା-ବଡକୋଠା ଜମିଦାରୀ ଉଆସରୁ କୁହାଟ ଶୁଭେ–ବାଟଛାଡ, ବାଟଛାଡ ଆସୁଛନ୍ତି ପରା, ବଡଖେମୁଣ୍ଡିର ମଉଡମଣି – ଯୁବରାଜ ବଳଭଦ୍ର/ବୀରଭଦ୍ର ଦେବ –ସନ୍ଥଜନ ମହାନପୁରୁଷ !ଏଣେ–ମହାଦେବୀଙ୍କ ‘ଅନନ୍ତ ଗୁମ୍ଫା’ର ଆସ୍ଥାନ ହୁଏ ଟଳମଳ ନିଘଂଚ, ବୌଦ୍ଧତନ୍ତ୍ରର ଭୟାବହତାରେ ପରିପୂର୍ଣ୍ଣ କଂଟକିତ ତନ୍ତ୍ରଭୂଇଁର ପାହାଡ ପର୍ବତରେ ଖେଳିଯାଏ କମ୍ପନ।କେଉଁ ଏକ ମନ୍ତ୍ରମଧୂପରେ ମଧୁର ସ୍ୱନ ଗୁଂଜରିତ ହୁଏ। ଓଳାଶୁଣୀ ଅରକ୍ଷିତଙ୍କ ଏଇ ପବିତ୍ର ଦେବପୀଠରେ କଙ୍କରିତ ଶିଳାଗାତ୍ରଶୁନଶାନ୍ ଭୟର ଇଲାକାକଣ୍ଟକିତ ବନ-ଗିରି-ବୌଦ୍ଧଗୁମ୍ଫା ରହସ୍ୟମୟ ମାନ୍ତ୍ରିକର ଭୂଇଁ ଘନଘୋର୍ ଅଂଧକାର ଏବଂ ଆକାଶଭର୍ତ୍ତି ଗହନ ମୌନତା ଭିତରେ ତଥାପି ଉଦଭାସିତ ମୋ ମାଆ’ ଓଳାଶୁଣୀ ||ॐ卐☪︎✝︎||ଉଜ୍ବଳ ସେ ଚିରକାଳଆଲୋକିତ ପ୍ରତିଟି ସକାଳଅପରୂପ ଏକ ପୁଣ୍ୟଭୂମି–ସିଦ୍ଧି ଓ ସାଧନାର ମନ୍ତ୍ରଧ୍ୱନି–ତ୍ୟାଗ ଓ ତିତିକ୍ଷାର–ଏ ମାଟିର ତୀର୍ଥଭୁଇଁ।{🏵 ଓଳାଶୁଣୀଠାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶାର ୪୮ତମ ରାଜ୍ୟ ସମ୍ମିଳନୀ ଅବସରରେ}©️ ଶୁଭେନ୍ଦୁ କୁମାର ଭୂୟାଁ | ଓଳାଶୁଣୀ | ପଲାଇ | “ସାଇକୃପା”| ଯାଜପୁର-୭୫୪୨୦୫


error: Content is protected !!