ଲାଞ୍ଜିଗଡ଼,୧୮/୪: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ସ୍ଥିତ ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶାନ୍ତିକୁଞ୍ଜ ହରିଦ୍ବାର ପରିବ୍ରଜକ ଅଶୋକ କୁମାର ପେନଥୋଇ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଥୁଆମୂଳ ରାମପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ପ୍ରକାଶ ସତ୍ୟ, ମଧୁପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରିହର କୁମାର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମଟିକୁ ସ୍କୁଲ ଶିକ୍ଷକ ଲୋହିତ ଲୋହା, ଶଶି ଶେଖର କୁମାର, ଅଭିନୟ କୁମାର ଓ ଶିକ୍ଷୟିତ୍ରୀ ଶିଭାଁସିଂ ଶର୍ମାଙ୍କ ଅନୁମତି କ୍ରମେ ଛାତ୍ରଛାତ୍ରୀ ବେବି ବେହେରା, ମୁସ୍କାନ ମାଝୀ, ଭୁଗଲ ବିଭାର, ଦ୍ରୁବ ଚରଣ ମାଝୀ, ଅଂଶୁମାନ ବାଗ ଖୋଲାମଣି ଶବର ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠନ କରିଥିଲେ। ଏହା ପରେପରେ ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସ୍କୁଲ ଶିକ୍ଷକ ସୁଦୀପ ପରାଣିକ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
(କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ

More Stories
୫୦ ଦିନ ପରେ ଖୋଲିଲା ଇରାନ ଏୟାରସ୍ପେସ୍, ହେଲେ ଏବେବି ସଂପୂର୍ଣ୍ଣ ଖୋଲିନାହିଁ ହର୍ମୁଜ୍
ଆତଙ୍କୀ ଲିଙ୍କ୍ରେ ଓଡ଼ିଆ ଯୁବକ ଗିରଫ |
ଚୌଦ୍ଵାର ମଣ୍ଡଳ କାରାଗାର ୱାର୍ଡେନ ମନୋଜ କୁମାର ମଣ୍ଡଳ ଗିରଫ, କାର୍ଯ୍ୟରେ ଅବହେଳା ଯୋଗୁ ଗିରଫ