ନୟାଗଡ଼: ନୟାଗଡ଼ ସଦର ଥାନା ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ପୀଡ଼ିତା ମହିଳାଙ୍କର ମୃତ୍ୟୁ ଘଟିଛି। ଗତ ୧୪ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ, ଅଭିଯୁକ୍ତ ଚନ୍ଦନ ଦଳେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳାଙ୍କ ପ୍ରତିରୋଧ ପରେ ନିଶାସକ୍ତ ଯୁବକ ଜଣକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଅଭିଯୁକ୍ତକୁ ପୋଲିସ ଜିମା ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ନୟାଗଡ଼ରୁ ଭୁବନେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ପୋଲିସ ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର