April 22, 2026

Now Odisha

Now Odisha

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

Spread the love

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଶାଳଚୁଆ ଘାଟି ରାସ୍ତାରେ ଏହି ଦୁର୍ଘଟଣା ହୋଇଛି ।

ସୂଚନା ଅନୁସାରେ, ୨୧ତାରିଖରେ ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ଜାମୁନାଳିଆ ଗ୍ରାମର କର୍ମୁ ମହାନ୍ତ (୪୫) ସ୍ତ୍ରୀ ରେବତୀ ମହାନ୍ତ ( ୩୯ ) ସହିତ ଦିନ ଗୋଟାଏ ବେଳେ ମୋଟର ସାଇକେଲ ଯୋଗେ କେନ୍ଦୁଝର ଜିଲା ଆନନ୍ଦପୁର ଥାନାଅନ୍ତର୍ଗତ କାଠକଟା ଗ୍ରାମକୁ ସମ୍ପ୍ରକିୟ ଭାଇ ଝିଅ ବାହାଘରକୁ ଯାଉଥିଲେ ।ସାତକୋଶିଆରୁ ଶାଳଚୁଆ ରାସ୍ତା ଦେଇ ଯାଉଥିବା ବେଳେ ଶାଳଚୁଆ ଘାଟି ରାସ୍ତାର ଶେଷ ବାଙ୍କରେ ଗୋଟିଏ ଗଛକୁ ଧକ୍କା ଦେଇ ପଡି ଯାଇଥିଲେ । ଘଟଣାସ୍ଥଳରେ କର୍ମୁ ମହାନ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷ ଅବସ୍ଥାରେ ପଡିଥିବା ରେବତୀକୁ ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପହଞ୍ଚିବା ପରେ ରେବତୀର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ କର୍ମୁର ମୃତ୍ୟୁ ହୋଇ ଯାଇଥିଲା । କର୍ମୁ ମହାନ୍ତଙ୍କର ୨ ଝିଅ ଓ ୧ ସାନ ପୁଅ ଅଛନ୍ତି । ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ଘଟିଥିବାରୁ ଗ୍ରାମରେ ତଥା ପରିବାରରେ ଶୋକର ଛାୟା ଖେଳି ଯାଇଛି ।

error: Content is protected !!