ଭୁବନେଶ୍ୱର, ୨୨/୦୪: ପୃଥିବୀ ଦିବସ ପାଳନ ଅବସରରେ ଲୋକଭବନରେ ମାନ୍ୟବର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଚାରା ରୋପଣ କରିଛନ୍ତି I
ପରିବେଶ ସଂରକ୍ଷଣ ଏବଂ ଏ ଦିଗରେ ସ୍ଥାୟୀ ଅଭ୍ୟାସ ଉପରେ ଧ୍ୟାନ ଦେଇ ପୃଥିବୀ ଦିବସ ପାଳନ କରାଯାଇଛି Iଏହି ଅବସରରେ ରାଜ୍ୟପାଳ ବାର୍ତ୍ତା ଦେଇ କହିଛନ୍ତି ଯେ ଏପରି ଅର୍ଥପୂର୍ଣ୍ଣ କାର୍ଯ୍ୟ ପ୍ରକୃତିର ପୋଷଣ ଏବଂ ସୁରକ୍ଷା ପାଇଁ ସମ୍ମିଳିତ ଦାୟିତ୍ୱକୁ ପ୍ରତିଫଳିତ କରେ। ପ୍ରତ୍ୟେକ ଚାରା ଏକ ସବୁଜ ଏବଂ ସୁସ୍ଥ ଭବିଷ୍ୟତର ପ୍ରତିଶ୍ରୁତି ବହନ କରେ ଏବଂ ପରିବେଶ ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଛନ୍ତି ।
ପୃଥିବୀ ଦିବସ ପାଳନ ଅବସରରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ଼ ରୂପା ରୋଶନ ସାହୁ ମଧ୍ୟ ଲୋକଭବନ ପରିସରରେ ଚାରା ରୋପଣ କରିଥିଲେ। ଏତତବ୍ୟତୀତ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଚାରା ରୋପଣ କରିଥିଲେ I

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର