ଯୁବପିଢିଙ୍କମଧ୍ୟରେଖେଳୁଆଡ଼ମନୋଭାବବୃଦ୍ଧିକରିବାଦିଗରେଭଲପ୍ରୟାସ – ଧର୍ମେନ୍ଦ୍ରପ୍ରଧାନ
• ସମ୍ବଲପୁରରେ ଜାତୀୟ ସ୍ତରର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସାମୂହିକ ପ୍ରୟାସ କରିବା
• ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ
ସମ୍ବଲପୁର,-ସମ୍ବଲପୁରର ଟାଉନ୍ ହଲ୍ ପଡ଼ିଆ ଠାରେ ଆୟୋଜିତ “ସ୍ୱର୍ଗତ ସୁରେଶ ସେଠ୍ ମେମୋରିଆଲ୍ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ (ସିଜନ୍-୩)”ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲାରେ ଫୁଟବଲ, ହକି, କ୍ରିକେଟ୍ ଏବଂ ସନ୍ତରଣ ସମେତ କବାଡିର ଏକ ସମୃଦ୍ଧ ପରମ୍ପରା ରହିଛି । ଏହି ଲିଗ୍ ମ୍ୟାଚ୍ରେ ୧୨ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ଶିକ୍ଷା ନୀତିରେ ଖେଳକୁ ପାଠପଢାର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର କବାଡି କ୍ଲବ୍ ଏବଂ ସମ୍ବଲପୁର ବଏଜ୍ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରୟାସ ଯୁବପିଢିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି କରିବାରେ ବେଶ ସହାୟକ ହେବ ।
ଅପରପକ୍ଷରେ ସମ୍ବଲପୁରରେ ଏକ ଅତ୍ୟାଧୁନିକ କବାଡି ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସମ୍ବଲପୁରରେ ପୁଣି ଥରେ ଜାତୀୟ ସ୍ତରର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସାମୂହିକ ପ୍ରୟାସ କରାଯିବ । ଏଥିପାଇଁ ଆବଶ୍ୟକୀୟ ସହଯୋଗ ଓ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।
ମନ୍ତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମଗ୍ରିକ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

More Stories
ନିଖୋଜ ହେବାର ୭ ଦିନ ପରେ ମିଳିଲା ବ୍ରହ୍ମପୁର ଉପକଣ୍ଠ କରାପଲି ଗାଁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତଦେହ।
ଚାଲିଥିଲା ସଟ୍ଟାଖେଳ: ମାଡି ବସିଲା ସଦର ଥାନା ପୋଲିସ୍, ୫ଅଭିଯୁକ୍ତ…
ବାଗଝୋଲା ନଦୀଘାଟରୁ ଗଳିତ ମୃତଦେହ ଜବତ, ହତ୍ୟା ପରେ ଆଳୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିବା ସନ୍ଦେହ