April 26, 2026

Now Odisha

Now Odisha

ଗଛରେ ପିଟିହେଲା ବାଇକ୍‌,

Spread the love

ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ବାଇକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କନ୍ଧମାଳ ଜିଲା ବାଲିଗୁଡା ସୁନାପାଙ୍ଗା ସାହିର ଟିକି ସ୍ୱାଇଁ (୪୮) ଓ ଗୁରୁତର ଜଣକ ହେଲେ ସେହି ଗ୍ରାମର ଉପେନ୍ଦ୍ର ଦଳବେହେରା (୫୦)।

ପ୍ରକାଶ ଯେ, ଶନିବାର ଅପରାହ୍ନରେ ଟିକି ଏବଂ ଉପେନ୍ଦ୍ର ବାଇକ ଯୋଗେ ବ୍ରହ୍ମପୁରରୁ ବାଲିଗୁଡା ଅଭିମୁଖେ ଫେରୁଥିଲେ। ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ୫୯ ନଂ. ଜାତୀୟ ରାଜପଥ ପାଶର୍‌ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଟିକିଙ୍କୁ ମୃତ ଘୋଷଣା କରିଥିଲେ। ଉପେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି।

error: Content is protected !!