April 26, 2026

Now Odisha

Now Odisha

ଛୟାଳସିଂ ଶନି ମନ୍ଦିର ଫାଟକ ଭଙ୍ଗାଗଲା, ଅସନ୍ତୋଷ ଝାଡିଲେ ଭକ୍ତ।

Spread the love

ଭଦ୍ରକ ଜିଲ୍ଲା ଛୟାଳସିଂ ବଜାରରେ ଥିବା ଶନି ମନ୍ଦିରଟି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ତହିଁ ପର ଠାରୁ ବିଭିନ୍ନ ଅଚଂଳରୁ ଶହସ୍ରାଧିକ ଭକ୍ତ ଏଠାକୁ ଆସି ମାନସିକ ରଖି ପୂଜାର୍ଚ୍ଚନା କରି ଆସୁଥିଲେ । କ୍ରମଶଃ ଭକ୍ତଙ୍କ ଜନ ସମାଗମ ଓ ପ୍ରତିଷ୍ଠାତାଙ୍କ ଜନ ସମର୍ଥନ ବୃଦ୍ଧିରେ ଇର୍ଷାନ୍ୱିତ ହୋଇ କେତେକ ମୃଷ୍ଟିମେୟ ବ୍ୟକ୍ତି ପ୍ରଶାସନ ସହଯୋଗରେ ପାଚେରୀ ଓ ମୁଖ୍ୟ ଫାଟକକୁ ଭାଙ୍ଗିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।ପ୍ରକାଶଯେ ଏଠାରେ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବା ପରେ ବିଶିଷ୍ଟ ବୈଦିକ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୁରୋଧାରେ ମୁଖ୍ୟ କର୍ତା ଭାବେ ସମାଜସେବୀ ବିଜୟ ନାୟକ ମନ୍ଦିରର ସମସ୍ତ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । ଏଠାରେ କାର୍ତିକ ପୂର୍ଣ୍ଣମି, ମକର ସଂକ୍ରାନ୍ତୀ , ଶନି ମହାଯଜ୍ଞ ସାଙ୍ଗକୁ ପ୍ରତ୍ୟେହ ଶନିବାର ଶହସ୍ରାଧିକ ଭକ୍ତ ରୁଣ୍ଡିଭୁତ ହୋଇ ପୂଜାର୍ଚ୍ଚନା କରନ୍ତି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ପାଚେରୀ ଓ ମୁଖ୍ୟ ଫାଟକ ନିର୍ମାଣ କରାଯାଇଥିଲା । ତେବେ ବନ୍ତ ତହସିଲ୍ ପକ୍ଷରୁ ଗତ ଫେବୃଆରୀ ୧୦ ତାରିଖରେ ମନ୍ଦିର ପାଚେରୀର ତାର ବାଡକୁ ଖୋଲା ଯାଇଥିବା ବେଳେ ଚଳିତ ମାସ ୧୦ ତାରିଖରେ ପୁର୍ନବାର ମୁଖ୍ୟ ଫାଟକକୁ ଜେସିବି ମେସିନ୍ ଦ୍ୱାରା ଭାଙ୍ଗି ଦିଆଯାଇଛି ।କେନ୍ଦ୍ରର ମୋଦୀ ଓ ରାଜ୍ୟର ମୋହନ ସରକାର ମଠ ମନ୍ଦିରର ସୁରକ୍ଷା ନେଇ ବିଭିନ୍ନ ଯୋଜନା ପ୍ରଣୟନ କରି ଧାର୍ମିକ ସ୍ଥଳର ଉନ୍ନତି କରି ଆସୁଥିବା ବେଳେ ଶନି ମନ୍ଦିରର ପାଚେରୀ ଓ ଫାଟକ ଭଙ୍ଗାକୁ ନେଇ କାଶିନାଥ ପାଣିଗ୍ରାହୀ, ନାରାୟଣ ଚନ୍ଦ୍ର ମିଶ୍ର, ଚୈତନ୍ୟ ପଟ୍ଟନାୟକ, ହେମନ୍ତ ରାଉତ, ଶେଷଦେବ ସାମନ୍ତରାୟ,ଯଦୁନାଥ ରାଉତ୍‌, ବିଦ୍ୟାଧର ବାରିକ, ଗଣେଶ ପ୍ରସାଦ ବେହେରା,ନାରାୟଣ ଚନ୍ଦ୍ର ତ୍ରୀପାଠୀ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉପରୋକ୍ତ ଘଟଣା ନେଇ ବନ୍ତର ଅତିରିକ୍ତ ତହସିଲଦାର ପ୍ରଶନ୍ନ ମହାନ୍ତି କହନ୍ତି, ଶନି ମନ୍ଦିର ପାଖରେ ପୂର୍ବରୁ ଭାଗବତ ଟୁଙ୍ଗି ରହିଛି, ତାର ବାଡ ବସାଇବା ଓ ପାଚେରୀ ନିର୍ମାଣ ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଅଭିଯୋଗ ପରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି,ଏଥିରେ ପ୍ରଶାସନର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ । ତେବେ ଜିଲ୍ଲା ପ୍ରଶାସନ ଏହି ଧାର୍ମିକ ସ୍ଥଳର ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧି ଜିବୀ ମହଲ ଦାବି କରିଛି ।

error: Content is protected !!