ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ବାରୋ ପଂଚାୟତ କାର୍ଯ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିଲା । ତିହିଡି଼ ପୋଲିସ ଶନିବାର ଏହି ସାମଗ୍ରୀକୁ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ଥିବା ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାରୋ ପଂଚାୟତ କଲ୍ୟାଣୀନଗର ଗ୍ରାମର ଜଗନ୍ନାଥ ଦାସ ଓ ପ୍ରଶାନ୍ତ କୁମାର ଦାଶ, ଝିଙ୍କିରିଆ ଗ୍ରାମର ଲମ୍ବୋଦର ଦାସ ଏବଂ ନନ୍ଦପୁର ଗ୍ରାମର ଗୋରା ସାହା ।
ପ୍ରକାଶ ଯେ ବାରୋ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ନଳକୂପ ଜଣେ ଠିକାଦାରଙ୍କ ମାଧ୍ୟମରେ ବସା ଯାଉଥିଲା । କାର୍ଯ୍ୟାଳୟରେ ନଳକୂପର ଯନ୍ତ୍ରାଂଶ ସହ ଅନ୍ୟ ସାମଗ୍ରୀ ରଖାଯାଇଥିଲା । ଗତ ୨୩ତାରିଖରେ ସେହି ସାମଗ୍ରୀସବୁ ଚୋରି ହୋଇ ଯାଇଥିବା ଠିକାଦାର ମନୋଜ ରାୟ ଜାଣିବା ପରେ ତିହିଡି଼ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଏକ ମାମଲା (ନଂ ୧୪୨/୨୬)ୠଜୁକରି ଘଟଣାର ତଦନ୍ତ ଚଳାଇଥିଲା । ଆଇଆଇସି ଲୋପାମୁଦ୍ରା ନାୟକ ଚୋରମାନଙ୍କୁ ଠାବ କରି ଗିରଫ କରିବା ପରେ ସେମାନେ ସାମଗ୍ରୀ ସବୁକୁ ନନ୍ଦପୁର ବଜାର ସ୍ଥିତ ଏକ କବାଡ଼ିଆ ଦୋକାନରେ ବିକ୍ରି କରିଥିବା ପ୍ରକାଶ କରିଥିଲେ । ପରେ ପୋଲିସ ସେହି ଦୋକାନ ଉପରେ ଚଢ଼ାଉ କରି ଚୋରି ସାମଗ୍ରୀକୁ ଜବତ କରିଥିବା ଜଣାଯାଇଛି । ତେବେ ତଦନ୍ତ ପରେ ଜଗନ୍ନାଥଙ୍କ ନାଁରେ ପୂର୍ବରୁ ୨ଟି ମାମଲା ଥିବା ଆଇଆଇସି ନାୟକ ସୂଚନା ଦେଇଛନ୍ତି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର