ଡାଳିଯୋଡା ବନ ବିଭାଗ ପକ୍ଷରୁ ଚଢାଉ ୪ ଚୋରା ମାଙ୍କଡ଼ା ପଥର କଟାମେସିନ୍ ଜବତ


ଯାଜପୁର:(ପ୍ରଦ୍ୟୁମ୍ନ କୁମାର ଓଝା):- କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଠାରେ ଥିବା ଡାଳିଯୋଡ ବନାଅଞ୍ଚଳର ପକ୍ଷରୁ ମଣିଆ ହଦ ମୁଣ୍ଡା ସାହି ନିକଟରେ ଥିବା ଚୋରା ମାଙ୍କଡ଼ା ପଥର ଖାଦାନରେ ଚଢାଉ କରି ପଥର କଟାରେ ବ୍ୟବହାର ହେଉଥିବା ୪ଟା ମେସିନିକୁ ଜବତ କରାଯାଇଛି, ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ଭୋର ୬ଟା ସମୟରେ ଡାଳିଯୋଡା ରେଞର ହିମାଂଶୁ ଶେଖର ପୃଷ୍ଟି, କଟକ ଭିଜିଲାନ୍ସ ରେଞର ବବିତା ସୋରେନ , ବୈରୀ ଫରେଷ୍ଟର ମାଣିକ ମୁଣ୍ଡା, ସଫା ଫରେଷ୍ଟର କୃଷ୍ଣ ଚନ୍ଦ୍ର ଟୁଡୁ ଓ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଯାଜପୁର ଓ କଟକ ଜିଲ୍ଲାର ସିମାବର୍ତୀ ଗ୍ରାମ ମଣିଆ, ଅମିୟଝରୀ, ବୈରୀ, ଚଢାଉ କରିଥିଲା ଫଳରେ ମଣିଆ ହଦ ମୁଣ୍ଡା ସାହି ନିକଟରେ ଜଙ୍ଗଲ ମଧ୍ୟରେ ଥିବା ଚୋରାରେ ମାଙ୍କଡ଼ା ପଥର ଖାଦାନରେ ମାଙ୍କଡ଼ା ପଥର କଟାଯାଉଥିବା ଥ ବେଳେ ୪ ଗୋଟି ମାଙ୍କଡ଼ା ପଥର କଟା ମେସିନ୍ ବା ପାୱାର ଟ୍ରିଲର କୁ ଜବତ କରିବା ସହିତ , ଜବତ ପାୱାର ଟ୍ରଲର ଗୁଡିକୁ ବୈରୀ ସ୍ଥିତ ଡ଼ାଲିଯୋଡ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଜଙ୍ଗଲ ବିଭାଗ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଡାଳିଯୋଡା ରେଞର ହିମାଂଶୁ ଶେଖର ପୃଷ୍ଟି ପ୍ରକାଶ କରିଛନ୍ତି।


error: Content is protected !!