ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ସାପ । ମେଡିକାଲର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଥିବା ଗଣେଶ ମୂର୍ତ୍ତି ନିକଟରେ ଏକ ବିରାଟ ବିଷାକ୍ତ ନାଗ ସାପ ବୁଲୁଥିବା ରୋଗୀମାନେ ଦେଖିବାକୁ ପାଇଥିଲେ । ମେଡିକାଲ କ୍ୟାମ୍ପସ ଭିତରେ ଆତଙ୍କ ଖେଳିଯିବା ପରେ ଚିକିତ୍ସାଳୟ କର୍ତ୍ତୁପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନ୍ କୁ ଖବର ଦେଇଥିଲେ ।
ସ୍ନେକ ହେଲ୍ପ ଲାଇନ୍ ସଦସ୍ୟମାନେ ମେଡିକାଲରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡି ଦେଇଛନ୍ତି । ମାଲକାନଗିରି ସହରର ଚାରିପଟେ ଥିବା ପାହାଡ଼ ଜଙ୍ଗଲ ଏବେ ଗ୍ରୀଷ୍ମ ରେ ଉତ୍ତପ୍ତ ଥିବାବେଳେ ବନ୍ୟଜନ୍ତୁ ସହର ମୁହାଁ ହୋଇଥିବା ମେଡିକାଲ ମ୍ୟାନେଜର କହିଛନ୍ତି ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ