ବଦଳିବ +୨ ସିଲାବସ


ଆଞ୍ଚଳିକ ଭାଷାରେ ଶିକ୍ଷାଦାନକୁ ଦିଆଯିବ ପ୍ରାଥମିକତା, ବାଦ୍‌ ପଡିବ ଅନାବଶ୍ୟକ ପାଠ୍ୟକ୍ରମଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବାକୁ ପ୍ରାଥମିକତା ଦିଆଯିବ। ପିଲାଙ୍କ ବ୍ୟାଗ୍‌ ହାଲୁକା କରିବା ପାଇଁ ଅନାବଶ୍ୟକ ପାଠ୍ୟକ୍ରମକୁ ବାଦ୍‌ ଦିଆଯିବ। ଏହାସହ ଜାତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସକ୍ଷମ କରିବା ପାଇଁ ଅତ୍ୟାଧୁନିକ ବିଷୟବସ୍ତୁକୁ ସାମିଲ କରାଯିବ। ଆସନ୍ତା ଶିକ୍ଷାବର୍ଷରୁ ପରିବର୍ତ୍ତିତ ପାଠ୍ୟକ୍ରମ ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରିଛି।ଜାତୀୟ ସ୍ତରୀୟ ବିଭିନ୍ନ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବାକୁ +୨ ସିଲାବସ ରେ ପରିବର୍ତ୍ତନ କରାଯିବ। ଇଂରାଜୀ ଭାଷାରେ ପଢ଼ାଯାଉଥିବା ବିଷୟକୁ ଓଡ଼ିଆରେ ପଢ଼ାଯିବ। ଫଳରେ ଇଂରାଜୀ ବୁଝିବାରେ ଅସୁବିଧା ଭୋଗୁଥିବା ଛାତଛାତ୍ରୀ ସହଜରେ ଅଧ୍ୟୟନ କରିପାରିବେ। ସେହିପରି ଆଉ ଅନାବଶ୍ୟକ ପାଠ ପଢ଼ାଯିବ ନାହିଁ। ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ଓ ପ୍ରବେଶିକା ପରୀକ୍ଷାରେ ଆସୁନଥିବା ପ୍ରଶ୍ନପତ୍ରର ବିଷୟବସ୍ତୁକୁ ବାଦ ଦିଆଯିବ। ଏହାସହ ନୂଆ ନୂଆ ବିଷୟବସ୍ତୁ ପାଠ୍ୟକ୍ରମରେ ସଂଯୋଗ କରାଯିବ। କୃତ୍ତିମ ବୁଦ୍ଧିମତା, କର୍ପୋରେଟ ପରଚାଳନା, ଓଡ଼ିଆ ଜାତୀୟତାବାଦ ପରି ରାଜନୀତି ବିଜ୍ଞାନରେ ଆସୁଥିବା ନୂଆ ନୂଆ ଧାରାକୁ ସାମିଲ କରାଯିବ। ଅନୂରୂପ ଭାବେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଆସିଥିବା ପରିବର୍ତ୍ତିନକୁ ପାଠ୍ୟକ୍ରମରେ ସାମିଲ କରାଯିବ। ଫଳରେ ଛାତ୍ରଛାତ୍ରୀମାନେ ସାମ୍ପ୍ରତିକ ବିଷୟରେ ଜ୍ଞାନ ଆହୋରଣ କରିପାରିବେ। ନିଜକୁ ଜାତୀୟ ସ୍ତରର ପରୀକ୍ଷା ପାଇଁ ପ୍ରସ୍ତୁତ କରିପାରିବେ।


error: Content is protected !!