ବାଲେଶ୍ଵର : ଗାଁରେ ହାତୀ, ଭୟଭୀତ ଗ୍ରାମବାସୀ । ବାଲେଶ୍ଵର ଚାନ୍ଦିପୁର ଛାଡି ଯାଉନି ହାତୀ । ହାତୀଙ୍କ ଉପଦ୍ରଵ ପାଇଁ ଗାଁରେ ଆତଙ୍କ ସୃଷ୍ଟି କରିଛି । ହାତୀ ସମସ୍ତଙ୍କୁ ହଇରାଣ କରୁଛି । ହିଡିଗାଁ ପଂଚାୟତ ଶାଳପଡାରେ ବୁଲୁଛି ହାତୀ । ଭୟରେ ଘରୁ ବାହାରିପାରୁନାହାନ୍ତି ଗାଁର କିଛି ଲୋକ । ଆଉ କିଛି ଭୟରେ ଘର ଛାଡି ଦୂରକୁ ପଳାଉଛନ୍ତି ।
ଏହାସହ କିଛି ଲୋକ ରାତି ଉଜାଗର ହୋଇ ହାତୀ ଘଉଡାଉଛନ୍ତି। ଚାନ୍ଦିପୁର ବନବିଭାଗ ଓ ପୋଲିସ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଏବେ ହାତୀଟି ଜଙ୍ଗଲ ଆଡକୁ ଯାଉଥିବା ସୂଚନା ମିଳିଛି ।
ଅନ୍ୟପଟେ ଏମିତି ଅନେକ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳୁଛି । ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରୁଛନ୍ତି ହାତୀ । ସମସ୍ତ ଅଞ୍ଚଳରେ ଏବେ ସଜାଗ ରହିଛନ୍ତି ସମସ୍ତ ବନବିଭାଗ ଓ ପୋଲିସକର୍ମୀ ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ