ଭୁବନେଶ୍ବର,୩୦/୪ : ପୁଣି ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା । ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ଓମ୍ଫେଡ୍ । ଓମ୍ଫେଡ୍ ଦୁଗ୍ଧଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୦୫ ପଇସା ପାଉଥିଲେ । ଏଣିକି ଲିଟର ପିଛା ୩୯.୦୫ ଟଙ୍କା ଲେଖାଏଁ ପାଇବେ । ଏହି ନୂତନ ବର୍ଦ୍ଧିତ ଦର ମଇ ୧, ୨୦୨୬ଠାରୁ କାର୍ଯ୍ୟକାରୀ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି ।
ଦୁଗ୍ଧ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ଓମ୍ଫେଡ୍ ପକ୍ଷରୁ ପ୍ରୟାସ ଜାରି ରହିଛି । ଅପରପକ୍ଷେ ଘାସ, ଚାରା, ପିଡ଼ିଆ, ଗୋଖାଦ୍ୟ, ମେଡ଼ିସିନ ଆଦି ଖର୍ଚ୍ଚରେ ବୃଦ୍ଧି, ଦୁଗ୍ଧ ଉତ୍ପାଦନରେ ମଧ୍ୟ ପ୍ରଭାବ ପକାଉଥିବା ଲକ୍ଷ୍ୟ କରି ଓମ୍ଫେଡ୍ ଦୁଗ୍ଧ କ୍ରୟ ମୂଲ୍ୟରେ ବୃଦ୍ଧି କରିଛି । ଏହା ଫଳରେ ରାଜ୍ୟ ପ୍ରାୟ ୩ଲକ୍ଷ ଓମ୍ଫେଡ୍ ଦୁଗ୍ଧ ଚାଷୀ ବିଶେଷ ଭାବେ ଉପକୃତ ହେବେ । ଏହି ଖବରପାଇବା ପରେ ଚାଷୀମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର