ଦ୍ବାଦଶ ଫେଲ ଆଇପିଏସ ଅଧିକାରୀଙ୍କୁ ଭେଟି ମୁଁ ଆହୁରି ଧନୀ ହୋଇଯାଇଛି: ଆନନ୍ଦ ମହିନ୍ଦ୍ରା


ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଫେବ୍ରୁଆରି ୭ ତାରିଖରେ ଆଇପିଏସ ଅଧିକାରୀ ମନୋଜ କୁମାର ଶର୍ମା ଓ ତାଙ୍କ ସ୍ତ୍ରୀ ଆଇଆରଏସ ଅଧିକାରୀ ଶ୍ରଦ୍ଧା ଜୋଶୀଙ୍କ ସହିତ ସାକ୍ଷାତକାର କରିଥିଲେ। ଏହି ସାକ୍ଷାତକାର ପ‌ରେ ଆନନ୍ଦ ମହିନ୍ଦ୍ରା ଏକ ପୋଷ୍ଟ ସେୟାର କରିଛନ୍ତି।ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ଆଜି ମୁଁ ଆହୁରି ଧନୀ ହୋଇଗଲି। ଏହି ଦମ୍ପତ୍ତିଙ୍କୁ ଅଟୋଗ୍ରାଫ ମାଗିବାରୁ ଦୁହେଁ ଲାଜେଇ ଯାଇଥି‌ଲେ। ଏହାପରେ ଅଟୋଗ୍ରାଫ ଦେଇଥିଲେ। ମୁଁ ଆଇପିଏସ ଅଧିକାରୀ ମନୋଜ କୁମାର ଶର୍ମା ଓ ତାଙ୍କ ସ୍ତ୍ରୀ ଆଇଆରଏସ ଅଧିକାରୀ ଶ୍ରଦ୍ଧା ଜୋଶୀଙ୍କ ଅଟୋଗ୍ରାଫ ପାଇ ଖୁବ ଖୁସି। ଏହାକୁ ମୁଁ ନିଜ ପାଖରେ ସବୁଦିନ ପାଇଁ ସାଇତି ରଖିବି। ମନୋଜ ଓ ଶ୍ରଦ୍ଧାଙ୍କ ଅଟୋଗ୍ରାଫ ପାଇ ମୁଁ ଆଜି ଆହୁରି ଧନୀ ହୋଇଯାଇଛି। ମନୋଜ କୁମାର ଶର୍ମା ଓ ଶ୍ରଦ୍ଧର ଜୋସୀଙ୍କ ଜୀବନକୁ ନେଇ ସିନେମା #ଟୁଏଲଥଫେଲ ଆଧାରିତ ହୋଇଛି।ବିଧୁ ବିନୋଦ ଚୋପ୍ରାଙ୍କ ସମୀକ୍ଷକ ଦ୍ବାରା ପ୍ରଶଂସିତ ସିନେମା #ଟୁଏଲଥଫେଲରେ ବିକ୍ରାନ୍ତ ମେସି ମନୋଜ କୁମାରଙ୍କ ଭୂମିକା ନିଭାଇଥିବା ବେଳେ ମେଥା ଶଙ୍କର ଶ୍ରଦ୍ଧା ଜୋଶୀ ଭୂମିକାରେ ନଜର ଆସିଛନ୍ତି।


error: Content is protected !!