May 10, 2026

Now Odisha

Now Odisha

ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।

Spread the love

ବଲାଙ୍ଗୀର/ଟିଟିଲାଗଡ – ଦେଶରେ ଗୋମାତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯେପରି ପ୍ରତି ନିର୍ବାଚନ ମଣ୍ଡଳୀରେ ଗୋଶାଳା ନିର୍ମାଣ କରି ଗୋମାତାଙ୍କୁ ଥଇଥାନ କରିବା, ତାଙ୍କର ଯତ୍ନ ନେବାକୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ନିର୍ଦ୍ଦିଷ୍ଟ ଅସାଧୁ ବ୍ୟବସାୟୀ ଓ ବ୍ୟକ୍ତି ପାଇଁ ବେଆଇନ୍ ଗୋ ଚାଲାଣ ଏବେ ମୋଟା ଅଙ୍କର ଟଙ୍କା ରୋଜଗାର ର ମାଧ୍ୟମ ପାଲଟିଛି । ପ୍ରକାଶ ଯେ,ଶନିବାର ଭୋର ସକାଳୁ ଟିଟିଲାଗଡ ଶ୍ରୀରାମ ଗୋସେବା ସଦସ୍ୟ ମାନେ ଖବର ପାଇଥିଲେ ଯେ ହଜାର, ହଜାର ସଂଖ୍ୟାରେ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରୁ ଟିଟିଲାଗଡ ଶିହିନି କେନାଲ ରାସ୍ତା ଦେଇ ବାହାର ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଗୋଚାଲାଣ କରୁଛନ୍ତି । ଦୀର୍ଘ ବର୍ଷ ବର୍ଷ ଧରି ଏହି କାରବାର ଚାଲି ଆସିଥିବା ବେଳେ ଏହାକୁ ରୋକିବାକୁ ଗୋସେବା ସଦସ୍ୟ ମାନେ ପାଓମେକ୍ସ ଷ୍ଟିଲ କାରଖାନା କେନାଲ ସାଇଡରୁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଗୋମାତାଙ୍କୁ ଚାଲାଣ କରୁଥିବା ରସିଦ ତଥା କାଗଜପତ୍ର ମାଗିଥିଲେ। ଗୋମାତାଙ୍କୁ ନେଉଥିବା ଲୋକ ମାନେ ଆମକୁ ଟଙ୍କା ତଥା ଭୂତି ଦେଲେ ଆମେ ମାଲିଶିରାରୁ ଟିଟିଲାଗଡ ଯାଏଁ ଗୋମାତାଙ୍କୁ ଆଣି ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରି ଫେରିଯାଇଥାଉ ଏବଂ ସେଥିପାଇଁ ୨୫୦୦/୩୦୦୦ ଟଙ୍କା ଲେଖାଏଁ ରୋଜଗାର କରିଥାଉ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଗୋମାତାଙ୍କୁ ଚାଲାଣ ସମୟରେ କିଛି କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସ, ଉପ ଜିଲ୍ଲାପାଳ ଓ ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କୁ ଜଣାଇବା ପରେ ବିଧାୟକ ନବୀନ ଜୈନ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଗୋମାତାଙ୍କ ଦୟନୀୟ ଅବସ୍ଥା ଯାହାକି ଅତି ଦୟନୀୟ ଭାବେ ଚଲେଇ ଚଲେଇ ନେବା ଯୋଗୁଁ ବହୁତ୍ ଗୋରୁଙ୍କ ଗୋଡରେ ଖଣ୍ଡିଆ ହେବା, ରକ୍ତ ବାହାରିବା ତଥା କିଛି ଗୋରୁ ବାଟରେ ହିଁ ମୃତ୍ୟୁ ବରଣ କରିବା ଜାଣି ଦୁଃଖ ପ୍ରକାଶ କରିଛନ୍ତି। ତେବେ ଟିଟିଲାଗଡ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେବା ପରେ ସେମାନେ ଆମ୍ବୁଲାନ୍ସ ଓ ଚିକିତ୍ସକ ଆସି ଚିକିତ୍ସା ପ୍ରଦାନ କରିଥିଲେ। ପ୍ରଶାସନ ସମସ୍ତ ଗୋରୁଙ୍କୁ ଗୋଶାଳାକୁ ନେଇଯିବା ପାଇଁ କହିଛନ୍ତି। ଯେଉଁ ମାନେ ଏହି ରାକେଟ ଚଳାଇଛନ୍ତି ତାଙ୍କୁ ଧରିବା ସହ କାହା ସହିତ ମିଶି ଏହି ରେକେଟ ଚଳାଉଛନ୍ତି ତାହାର ପର୍ଦ୍ଦାଫାସ ନିହାତି ଜରୁରୀ ବୋଲି ଗୋସେବା ସଦସ୍ୟ ମାନେ ଦାବି କରିଛନ୍ତି। କିଛି ଦିନ ପୂର୍ବରୁ ମୋଟା ଅଙ୍କର ଅର୍ଥ ଦେବା ପରେ କିଭଳି ଆମକୁ ପୋଲିସ ଅଟକ ରଖିଛି ବୋଲି ପ୍ରକାଶ କରିଥିଲେ। ସେ ବିଷୟରେ ତାଙ୍କର ସର୍ଦ୍ଦାର ମାନଙ୍କୁ ଆଣି ପଚରା, ଉଚରା କଲେ ଏହି ଚାଲାଣକୁ ରୋକା ଯାଇ ପାରିବ ବୋଲି ଆଲୋଚନା ହେଉଛି। ତେବେ ଗୋଚାଲାଣ ବନ୍ଦ କରିବାକୁ ଆମେ ନିୟମିତ ଏହି ଚଢ଼ାଉ ଜାରି ରଖିବୁ ବୋଲି ଗୋସେବା ସଦସ୍ୟ ମାନେ କହିଛନ୍ତି।

error: Content is protected !!