ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗଡ଼ପରଜଙ୍ଗ ଗ୍ରାମର ବର୍ଷୀୟାନ ତଥା ଅବସର ପ୍ରାପ୍ତ ସୈନିକ ଇନ୍ଦ୍ରମଣି ସାମଲଙ୍କ ୮୫ ବର୍ଷ ବୟସରେ ନିଜ ବାସଭବନରେ ଶନିବାର ପୂର୍ବାହ୍ନ ସମୟରେ ପରଲୋକ ଘଟିଛି । ଗଡ଼ପଳାଶୁଣି ବିଷ ଠାରୁ ପରଜଙ୍ଗ ବ୍ଲକରେ ଗଢ଼ି ଉଠିଥିବା ଅବସର ପ୍ରାପ୍ତ ସୈନିକ ସଂଘର ସେ ଜଣେ ଆଗଧାଡିର ସକ୍ରିୟ ସଦସ୍ୟ ଭାବେ ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ସଂଘର ସଭାପତି କୃପାସିନ୍ଧୁ ଖୁଣ୍ଟିଆ , ଉପସଭାପତି ନିତ୍ୟାନନ୍ଦ ପଣ୍ଡା , ସମ୍ପାଦକ ଦୁଷ୍ମନ୍ତ କୁମାର ଦଳବେହେରା, ସହ ସମ୍ପାଦକ ବସନ୍ତ କୁମାର ସେଠ ,ସଦସ୍ୟ ଅକ୍ଷୟ କୁମାର ସାମଲ ,ବିମଳ କୁମାର ଦାସ ,କବିରାଜ ଦଳେଇ ଓ ସଂଘର ଅନ୍ୟ ସଦସ୍ୟ ମାନେ ତାଙ୍କ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପରେ ତାଙ୍କ ମରଶରୀର ଉପରେ ତ୍ରିରଙ୍ଗା ପତାକା ଦେଇ ସମ୍ମାନ ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ନୃତ୍ୟ ଶଯ୍ୟାରେ ପୁଅ ସୁରେନ୍ଦ୍ର ସାମଲ , କୁନା ସାମଲ ,ତ୍ରିନାଥ ସାମଲ ,ଭାଇ , ଭାଇଗ ସାମଲ , ବାବୁ ସାମଲ , ବଳିଆ ସାମଲ , ଝିଅ ନାତି ନାତୁଣୀ , ଭାଇ ବୋହୂ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ସାହି ପଡୋଶୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଗାଁ ଶ୍ମଶାନ ପଡ଼ିଆରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଗତ ଜାନୁଆରୀ ମାସ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସ୍ବର୍ଗତ ସାମଲଙ୍କ ସମେତ ସଂଘର ଅନ୍ୟ କେତେକ ବର୍ଷୀୟାନ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା ।କିଛି ଦିନ ଧରି ଦେହ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଥିଲା ।

More Stories
ଆଦେଶ ସତ୍ତ୍ୱେ କୋର୍ଟରେ ହେଉ ନ ଥିଲେ ହାଜର, ୱାରେଣ୍ଟିଙ୍କୁ ଗିରଫ କଲା…
ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ
ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ