May 14, 2026

Now Odisha

Now Odisha

ରାଜ୍ୟ ସରକାରଙ୍କ ଗୋଟିଏ ସଂକଳ୍ପ ସମୃଦ୍ଧ ଓଡିଶା : ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ବର, ୧୨।୫ : ରାଜ୍ୟ ସରକାରଙ୍କ ଗୋଟିଏ ସଂକଳ୍ପ ଏବଂ ଗୋଟିଏ ଦିଗ ସମୃଦ୍ଧ ଓଡିଶା। ପ୍ରତ୍ୟେକ ପଦକ୍ଷେପ, ପ୍ରତ୍ୟେକ ନିଷ୍ପତ୍ତି ପ୍ରତି ସପ୍ତାହରେ ଆମକୁ ନିକଟତର କରିଥାଏ। ଆମେ କଳ୍ପନା କରିଥିବା ଓଡ଼ିଶା ଗଠନର ଆଉ ଏକ ସପ୍ତାହ ଉପରେ ଏକ ନଜର ବୋଲି ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଗୁଜୁରାଟରେ ୩ ଦିନିଆ ରୋଡ ସୋ’ କରି ୪୮,୩୩୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ପାଇଛନ୍ତି। ସେହିପରି ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷା ପାଇଁ ଶ୍ରକ୍ତିଶ୍ରୀ ଆପ ଉନ୍ମୋଚନ କରାଯାଇଛି। ନବରଙ୍ଗପୁରରେ ୫୧୧କୋଟି ଟଙ୍କାର ପ୍ରକଳ୍ପ ଲୋକର୍ପିତ କରାଯାଇଛି। ଶିକ୍ଷା ଓ ଗ୍ରାମାଞ୍ଚଳରେ ସ୍କୁଲର ସମ୍ପ୍ରାସାରଣ ବାବଦରେ ୪୧,୨୭୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି।

ଗତ ସପ୍ତାହରେ ସୁଭଦ୍ରା ଯୋଜନାରେ ୬୧ କୋଟି ଟଙ୍କା ଡିବିଟି ମାଧ୍ୟମରେ ୭୯ ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କୁ ପ୍ରଦାନ କରାଯାଇଛି। ମାଲକାନଗିରିରେ ୫୦୦ କୋଟିରୁ ଅଧିକ ଟଙ୍କାର ଗ୍ରାମାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରାଯାଇଛି। ଗମନାଗମନକ୍ଷେତ୍ରରେ ସୁଦୃଢ ପାଇଁ ନୂଆ ରାୟଗଡା ରେଳଓ୍ବେ ଡିଭିଜନ ଅନୁମୋଦନ କରାଯାଇଛି। ଓଡିଶାର ୧୦ଟି ସଡକ ପ୍ରକଳ୍ପ ୭୬୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୟୂରଭଞ୍ଜରେ ବିଦ୍ୟୁତ ସେବା ପାଇଁ ଏକ ସବଷ୍ଟେସନ ଲୋକାର୍ପିତ କରାଯାଇଛି।

error: Content is protected !!