ପେପର ଲିକ୍ ପରେ NEET ପରୀକ୍ଷା ବାତିଲ ହେବା ପରେ ଆମ ଆଦମୀ ପାର୍ଟି (AAP) କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ରାଜନୈତିକ ସହଯୋଗ ଏବଂ ପୃଷ୍ଠପୋଷକତା ଯୋଗୁଁ NEET ପେପର ଲିକ୍ ହେଉଛି ବୋଲି ଅଭିଯୋଗ କରିଛନ୍ତି AAP ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ। ପୂର୍ବରୁ ୨୦୧୭, ୨୦୨୧ ଏବଂ ୨୦୨୪ ରେ NEETପେପର ଲିକ୍ ହୋଇଥିଲା ଏବଂ ଏବେ ପୁଣି ଥରେ ଲିକ୍ ହୋଇଛି ।
NEET ପେପର ଚାରି ଥର ଲିକ୍ ହୋଇଛି, କିନ୍ତୁ ଲିକ୍ ସହିତ ଜଡିତ କୌଣସି ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇ ନାହିଁ । ଯେଉଁମାନେ ଗତ ଥର ପେପର ଲିକ୍ କରିଥିଲେ ସେମାନେ ମଧ୍ୟ ଜାମିନରେ ଅଛନ୍ତି । ସେ କହିଛନ୍ତି ଯେ, ଏହା ବର୍ଷ ବର୍ଷ ଧରି ପ୍ରସ୍ତୁତ ହୋଇଥିବା ଲକ୍ଷ ଲକ୍ଷ ଯୁବକଙ୍କ ପ୍ରତି ଏକ ବଡ଼ ବିଶ୍ୱାସଘାତକତା। ଏବେ, ଯୁବକମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡିବ। AAP ସେମାନଙ୍କ ସହିତ ଠିଆ ହୋଇଛି।
NEET ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପ୍ରତି ସମବେଦନା ପ୍ରକାଶ କରି କହିଛନ୍ତି କି, “ମୁଁ ମଧ୍ୟ ନିଜ ଜୀବନରେ ପ୍ରଥମେ ଆଇଆଇଟିର ପେପର ଦେଇଥିଲି ଏବଂ ପରେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଦେଇଥିଲି। ମୁଁ ଜାଣିଛି କି ଏଥିଲାଗି କେଉଁ ପ୍ରକାରର କଠୋର ତତ୍ପସ୍ୟା କରିବାକୁ ପଡ଼ିଥାଏ । ହିସାରରେ ଆମର ଏକ ଛୋଟ ଘର ଥିଲା, ସେଠାରେ ଆମର ଉପରେ ଏକ ଛୋଟ କୋଠରୀ ଥିଲା। ୨୪ଘଣ୍ଟା ସେହି ଘରେ ବସି ମୁଁ ପ୍ରସ୍ତୁତ କରୁଥିଲି । ସୌଭାଗ୍ୟ ବଶତଃ, ସେହି ଦିନ ଗୁଡ଼ିକରେ ପ୍ରଶ୍ନପତ୍ର ଲିକ୍ ହୋଇନଥିଲା।”

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି