ରାଞ୍ଚି: ବାଣ ରୋଷଣୀ ଧରି ବର ପହଞ୍ଚିଲା କନିଆ ଘରେ। ବେଦୀରେ ବସିଲେ। ଆରମ୍ଭ ହେଲା ବାହାଘର। ଫୁଲ ମାଳ ଓ ମଙ୍ଗଳ ସୂତ୍ର ପିନ୍ଧିଲେ। ହେଲେ ସିନ୍ଥିରେ ସିନ୍ଦୂର ଦେଲା ବେଳେ ମନା କଲେ କନିଆ। କହିଲେ- ମୁଁ ବାହା ହେବିନି। ଶେଷରେ ଶିଶୁପାଳ ହୋଇ ଫେରିଲା ବର। ଏପରି ଘଟଣା ଝାଡ଼ଖଣ୍ଡରେ ଘଟିଛି।
ଗଡ଼ୱା ଜିଲ୍ଲା ରମନା ଥାନା ଅଞ୍ଚଳର ପୁଷ୍ପା କୁମାରୀଙ୍କର ବିବାହ ଠିକ୍ ହୋଇଥିଲା।
ତାଙ୍କର ବିବାହ ଗଡ଼ୱା ଥାନା ଦୀପକ କୁମାର ରବିଙ୍କ ସହିତ ସ୍ଥିର ହୋଇଥିଲା। ବିବାହ ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ ହୋଇଥିଲା। ରାତିରେ ରବି ବାଜା, ବାଣ ଓ ରୋଷଣୀ ଧରି ପୁଷ୍ପାଙ୍କ ଘରେ ପହଞ୍ଚିଥିଲେ। ଉଭୟ ବେଦୀରେ ବସିଲେ। ରୀନିନୀତି ଅନୁସାରେ ଆରମ୍ଭ ହେଲା ବିବାହ। ପୁରୋହିତ ମନ୍ତ୍ର ପାଠ କଲେ। ରବି ଭାବି ପତ୍ନୀଙ୍କ ପୁଷ୍ପାଙ୍କ ବେକରେ ଫୁଲ ମାଳ ପକାଇଲେ। ଏପରିକି ମଙ୍ଗଳ ସୂତ୍ର ପିନ୍ଧାଇଲେ।
ତେବେ ପୁଷ୍ପାଙ୍କ ସିନ୍ଥିରେ ସିନ୍ଦୂର ଦେବା ବେଳେ ଆରମ୍ଭ ହେଲା ଡ୍ରାମ। ପୁଷ୍ପା ସିନ୍ଦୂର ପିନ୍ଧିବେ ନାହିଁ ବେଲି ମନା କଲେ। ଏପରି ସେ ରବିଙ୍କୁ ବିବାହ କରିବେ ନାହିଁ ବୋଲି ରୋକ୍ଠୋକ ଭାବେ ଶୁଣାଇଦେଲେ। ଯାହାକୁ ଦେଖି ଉଭୟ ପରିବାର ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ପୁଷ୍ପଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ପୁଷ୍ପା ବୁଝିବା ମୋଡରେ ନଥିଲେ। ରାତିରେ ବସିଲା ଗ୍ରାମ ସଭା। ମୁଖିଆ ଝିଅ ଓ ଉଭୟ ପରିବାରକୁ ବୁଝାଇଲେ। ହେଲେ କିଛି ସୁଫଳ ମିଳିଲାନାହିିଁ।
ଭୋରୁ ଭୋରୁ ରବିଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗାଁରେ ପହଞ୍ଚି ପୁଷ୍ପାକୁ ବହୁ ବୁଝାଇଥିଲା। ହେଲେ ସେ ରାଜି ହୋଇନଥିଲେ। ଯେଉଁଥିପାଇଁ ଖାଲି ହାତରେ ରବି ନିଜ ଘରକୁ ଫେରିଥିଲେ। ହେଲେ ପୁଷ୍ପା କଣ ପାଇଁ ବାହା ହେବାକୁ ମନା କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ଅନ୍ୟପକ୍ଷରେ ଏହି ଘଟଣାକୁ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

More Stories
ସୋନିଆ ପୁଣି ଗାନ୍ଧି ଅସୁସ୍ଥ, ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି |
କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ
ସୁପ୍ରିମକୋର୍ଟଙ୍କ ରୋକଠୋକ, ପତିଙ୍କ ଲାଗି ନିଜ କ୍ୟାରିୟରକୁ ଜଳାଞ୍ଜଳି ଦେଇ ପାରିବେନି ପତ୍ନୀ