ବାଲିପାଟଣା :-_-(ଅରୁଣ କୁମାର ଶତପଥୀ )ହଁ ଆଜ୍ଞା ଆପଣ ଠିକ୍ ଶୁଣୁଛନ୍ତି..ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଅଧିନ ମହାବୀର ଛକ ରେ । ସୂଚନା ଅନୁଯାୟୀ ବସନ୍ତଡିହ ଗ୍ରାମର ରାଜ କିଶୋର ସାହୁ ଙ୍କର ମହାବୀର ଛକ ରେ ଏକ ଜଳଖିଆ ଦୋକାନ ଅଛି, ସେଠାରେ ତାଙ୍କର ଏକମାତ୍ର ପୁଅ ଶିବ ପ୍ରସାଦ ସାହୁ ବାପାଙ୍କୁ ସହଯୋଗ କରୁଥିଲେ..କିନ୍ତୁ ବାପାଙ୍କ ର ମଦ୍ୟପାନ ଅଭ୍ୟାସ ଥିବାରୁ ପ୍ରତିଦିନ ଘରେ ବିଶୃଙ୍ଖଳା ହେବା ସହିତ ଶିବ ବାପାଙ୍କୁ ମଦ୍ୟପାନ ନକରିବା ପାଇଁ ବୁଝାଉଥିଲେ .

.ଏହି କାରଣରୁ ତାଙ୍କର ବ୍ୟବସାୟ ମଧ୍ୟ କ୍ଷତିଗ୍ରସ୍ତ ହେଉଥିଲା ଏବଂ ଶିବ ସବୁବେଳେ ଚିନ୍ତା ରେ ରହୁଥିଲେ..ଆଜି ମଧ୍ୟାହ୍ନରେ ଶିବ ବାପାଙ୍କୁ ପୁଣି ମଦ୍ୟପାନ କରୁଥିବା ଦେଖି କେବିନ ଭିତରେ ବେକରେ ରସି ଲଗାଇ ଝୁଲି ପଡିଥିଲେ..ପରେ ଦୋକାନ କୁ ଆସିଥିବା ସ୍ଥାନୀୟ ଲୋକେ ବାଲିପାଟଣା ଥାନା କୁ ଖବର ଦେବା ସହିତ 108 ଆମ୍ବୁଲାନ୍ସ ସାହାଯ୍ୟ ରେ ଶିବ ଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିଲେ ଏବଂ ପରେ ସେଠାରୁ କ୍ୟାପିଟାଲ ହସ୍ପିଟାଲ କୁ ନେଇଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ..ଶିବ ଜଣେ ମେଧାବୀ ଛାତ୍ର ତଥା ମିଷ୍ଟଭାଷୀ ପିଲା ଥିଲେ..ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ନିଶା କାରବାର ବୃଦ୍ଧି କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି..


More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…