ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଗ୍ରାମପଞ୍ଚାୟତ ର ସ୍ବର୍ଗତ ପରି ବେହେରା ଙ୍କ ଧର୍ମ ପତ୍ନୀ ମାତାଜୀ ବେହେରାଙ୍କ ୯୦ ବର୍ଷ ବୟସରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ବରଣ କରିଛନ୍ତି l ସ୍ବର୍ଗତ ମାତାଜୀ ବେହେରା ଙ୍କ ମୃତ୍ୟୁ ଖବର ପାଇ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁ ତାଙ୍କ କୁହୁଣ୍ଡା ସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ବେହେରା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାଥନା କରିବା ସହିତ ତାଙ୍କର ପରିବାର ବର୍ଗଙ୍କୁ ସାନ୍ତ୍ୟୁନା ପ୍ରଦାନ କରିଥିଲେ l ଶ୍ରୀଯୁକ୍ତ ସାହୁଙ୍କ ସହିତ କୁହୁଣ୍ଡା ଗ୍ରାମପଞ୍ଚାୟତ ସଭାପତି ମହେଶ୍ୱର ରାଉତ, ଅରବିନ୍ଦ ପଣ୍ଡା, ସ୍ବର୍ଗତ ମାତାଜୀ ବେହେରାଙ୍କ ଚାରି ପୁତ୍ର ଡାକ୍ତର ଅକ୍ଷୟ ବେହେରା,ଅଭୟ କୁମାର ବେହେରା, କୈଳାଶ ଚନ୍ଦ୍ର ବେହେରା, ବିଳାସ ଚନ୍ଦ୍ର ବେହେରା, ଏବଂ ପ୍ରଦୀପ ପଲାଇ, ଉତ୍ତମ ବେହେରା, ରାମଚନ୍ଦ୍ର ସ୍ୱାଇଁ, ମନ୍ଦରଧର ମହାନ୍ତି ଓ ଭାଗ୍ୟଧର ରାଉତ ଉପସ୍ଥିତ ଥିଲେ।


error: Content is protected !!