May 14, 2026

Now Odisha

Now Odisha

ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ।

Spread the love

ଲାଞ୍ଜିଗଡ,୧୪/୫(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ରେକର୍ଡ ସୃଷ୍ଟିକାରୀ ସଫଳତା ପାରିପାର୍ଶ୍ବିକ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ବୁଧବାର ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,ଅଧ୍ୟକ୍ଷ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ସିବିଏସଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ସମୁଦାୟ ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଛାତ୍ର ଆଶୁତୋଷ ନାୟକ ୯୧.୪୦ ଶତକଡା (୪୫୭) ମାର୍କ ରଖି ପ୍ରଥମ ସ୍ଥାନ ରଖିଥିବା ବେଳେ ଛାତ୍ରୀ ଶିବନ୍ୟା ଶ୍ୟାମ ୯୦.୬୦ ଶତକଡା (୪୫୩) ମାର୍କ ରଖି ଦ୍ୱିତୀୟ ସ୍ଥାନ ଓ ଛାତ୍ରୀ ତମନ୍ନା ମୋହିନୀ ୮୬.୦ ଶତକଡା (୪୩୦) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ପାସ ହାର ୮୪ ଶତକଡା ରହିଥିବା ବେଳେ ବିଦ୍ୟାଳୟର ୨୫ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି I ବିଦ୍ୟାଳୟର ୬୦ ଶତକଡାରୁ ଉପରେ ୧୩ ଜଣ ବିଦ୍ୟାର୍ଥୀ , ୭୫ ଶତକଡାରୁ ଉପରେ ୩ ବିଦ୍ୟାର୍ଥୀ ରହିଥିବା ବେଳେ ୩ ଜଣ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବେ ଏବଂ ଜଣେ ବିଦ୍ୟାର୍ଥୀ ଫେଲ ହୋଇଥିବା ସୂଚନା ମିଳିଛି I ଏହି ଛାତ୍ର ଛାତ୍ରୀଙ୍କ କୃତିତ୍ୱରେ ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ମାନବୀନ କୌର ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
(କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ )

error: Content is protected !!