ଭୁବନେଶ୍ୱର, ୧୪/୦୫: ତୈଳ ସଙ୍କଟକୁ ନେଇ ଚିନ୍ତାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।ଏଭଳି ସମସ୍ୟା ଲାଗି ରହିଲେ ୬, ୭ ଦିନରେ ବନ୍ଦ ହୋଇଯିବ ଘରୋଇ ବସ୍। ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ଶ୍ରୀଯୁକ୍ତ ସାହୁ। ଏଥିସହ ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଏବଂ ଏଥିପାଇଁ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ କରିଛନ୍ତି।
ଏବେ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି। ତେଲ ନ ମିଳିବାରୁ ପ୍ରାୟ ୨୦୦୦ ବସ୍ ବନ୍ଦ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍ଗୁଡ଼ିକ ଆସିପାରୁନାହିଁ ବୋଲି କହିଛନ୍ତି।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ