May 14, 2026

Now Odisha

Now Odisha

କେଉଁଆଡ଼େ ଯାଉଛି ପୋଲିସର ତଦନ୍ତ |

Spread the love

ନୟାଗଡ଼, ୧୪/୦୫: ଲଗାତାର ପୋଲିସର‌ କାର୍ଯ୍ୟଶୈଳୀ ଉପରେ ଉଠୁଛି ପ୍ରଶ୍ନବାଚୀ। ପୁଣି ପୋଲିସର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ। ଗୋଟିଏ ପଟେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଭିଡ଼ ହତ୍ୟାକୁ ସମ୍ଭାଳି ନପାରି ଅଡ଼ୁଆରେ ଫସିଥିବା ବେଳେ ଅନ୍ୟପଟେ ନୟାଗଡ଼ ଓଡ଼ଗାଁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଦାୟିତ୍ୱହୀନତା ଯୋଗୁଁ ପୁଣି ଅପବାଦ ମୁଣ୍ଡାଇଲାଣି।

ଦୋଷୀଙ୍କୁ ଧରିବା ବଦଳରେ ଜଣେ ନିର୍ଦ୍ଦୋଷକୁ ଧରି ଆଣି ଥାନାରେ ପୂରାଇଥିଲା। ଆଉ ସାମ୍ବାଦିକ ସମ୍ମିଳନୀ କରି କହିଲେ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲୁ।

ଜଣଙ୍କ ନାଁରେ ୱାରେଣ୍ଟ ଥିବା ବେଳେ ଅନ୍ୟ ଜଣକୁ ଉଠାଇ ଆଣିଥିଲା ପୋଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ସାରଙ୍ଗ ଗାଁରେ। ଏହି ଗାଁର ମଧୁସୂଦନ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କ ନାଁରେ ଏକ ଓ୍ୱାରେଣ୍ଟ ଥିଲା।କିନ୍ତୁ ଭୁଲବଶତଃ ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କୁ ବିଳମ୍ୱିତ ରାତ୍ରିରେ ସଦର ଥାନା ପୋଲିସ୍ ଉଠାଇ ଆଣିିଥିଲା। ତାଙ୍କୁ ୧୨ଘଣ୍ଟା ଅଟକ ରଖି ଛାଡ଼ି ଦେଇଥିଲା।

ତେବେ ଜଣେ ପୋଲିସ ହୋଇ କିଭଳି ଦୋଷୀଙ୍କୁ ନ‌ ଧରି ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଗିରଫ କଲେ ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ପୋଲିସର ତଦନ୍ତ ଠିକ୍ ବାଟରେ ଯାଉଛି ନା ନାହିଁ ଉଠିଛି ପ୍ରଶ୍ନ।

ଅନ୍ୟପଟେ ଭୁଲରେ ଗିରଫ କରିଥିବାରୁ ନିଜର ପରିଜନଙ୍କୁ ମୁହଁ ଦେଖାଇ ପାରୁ ନାହାନ୍ତି ହୃଷିକେଶ ପ୍ରଧାନ। ସେ କହିଛନ୍ତି, ସେ କଥା ମନେ ପଡ଼ିଲେ କୋହରେ ଛାତି ଫାଟି ଯାଉଛି। ଯଦି ଗିରଫ ହୋଇଥାନ୍ତି, ତାହାଲେ ମୋ ସଂସାର ଭାସି ଯାଇଥାନ୍ତା। ସେପଟେ ଏହି ଘଟଣାର ତଦନ୍ତ କରାଯିବ ବୋଲି ଏସଡିପିଓ କହିଛନ୍ତି।

error: Content is protected !!