May 15, 2026

Now Odisha

Now Odisha

ରାତି ପାହିଲେ ସାବିତ୍ରୀ ବ୍ରତ : ବଜାର ରେ ଫଳର ମୂଲ୍ୟ ଆକାଶଛୁଆଁ |

Spread the love

-ଶନିବାର ସାବିତ୍ରୀ ବ୍ରତ । ଭାରତୀୟ ସଂସ୍କୃତିରେ ମହିଳାମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତର ପାଳନ ତଥା ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖ ସମୃଦ୍ଧି କାମନା କରି ଏହି ବ୍ରତ ପାଳନ କରାଯାଇଥାଏ । ଓଡ଼ିଶାର ସଂସ୍କୃତିରେ ମହିଳାମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନର ଗୁରୁତ୍ୱ ଯଥେଷ୍ଟ ରହିଛି ।

ସାବିତ୍ରୀ ବ୍ରତ ପାଳନ ହେଉଥିବା ବେଳେ, ବଜାରରେ ଫଳର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

ସାବିତ୍ରୀ ବ୍ରତ ପାଳନ ପାଇଁ ମହିଳାମାନେ ଦୋକାନରୁ ଫଳ ଏବଂ ପୂଜା ସାମଗ୍ରୀ କିଣୁଛନ୍ତି । ସହରର ଡ଼େଲି ମାର୍କେଟ ଓ ରାସ୍ତା କଡ଼ ଦୋକାନ ମାନଙ୍କରୁ ପୁରୁଷ ଓ ମହିଳାମାନେ ଫଳ ଏବଂ ପୂଜା ସାମଗ୍ରୀ ସହ ମିଠା କିଣୁଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଦୋକାନଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି । ଫଳର ମୂଲ୍ୟ ବୃଦ୍ଧି ଯୋଗୁଁ ନଡିଆ ଗୋଟା ୬୦ ଟଙ୍କା, କଦଳୀ ଡର୍ଜନ ପିଛା ୬୦ ଟଙ୍କା, ଆମ୍ବ କିଲୋ ୬୦ରୁ ୧୦୦ ଟଙ୍କା, ଡାଳିମ୍ବ କିଲୋ ୧୨୦ ଟଙ୍କା, ଲିଚୁ କିଲୋ ୧୩୦ ଟଙ୍କା, ପିଜୁଳି କିଲୋ ୧୦୦ ଟଙ୍କା, ମୌସୁମୀ କିଲୋ ୧୦୦ ଟଙ୍କା, ତାଳ ଗୋଟା ୩୦ ଟଙ୍କା, ଖଜୁରୀ ୫୦ ଟଙ୍କା,ସପୁରୀ ଗୋଟା ୮୦ ଟଙ୍କା, ସେଓ ୧୨୦ ଟଙ୍କା, କମଳା ୧୦୦ ଟଙ୍କା, ପଣସ ଗୋଟା ୫୦ ରୁ ଆରମ୍ଭ ଏବଂ ଅନ୍ୟାନ୍ୟ ଫଳ ଜୋର ସୋରରେ ବିକ୍ରି ହେଉଛି ।

ସାବିତ୍ରୀ ପୂଜା ପାଇଁ ମହିଳାମାନେ କପଡ଼ା ଦୋକାନରୁ ଶାଢ଼ୀ , ଚୂଡ଼ି ଦୋକାନରୁ ଶଙ୍ଖା ମଧ୍ୟ କିଣୁଛନ୍ତି । ଆଜି ସହରର ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସାବିତ୍ରୀ ପୂଜା ପାଇଁ ମହିଳାମାନେ ବ୍ରତ ସମେତ ଅନ୍ୟାନ୍ୟ ସାମଗ୍ରୀ ପୂଜା କିଣୁଥିବା ଦେଖିବାକୁ ମିଳିଛି ।

error: Content is protected !!