May 15, 2026

Now Odisha

Now Odisha

ଡିଜେଲ ଦର ବୃଦ୍ଧି ପରେ ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

Spread the love

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ାରେ ୨ ପଇସା ବୃଦ୍ଧି ହୋଇଥିବାବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍ ଭଡ଼ାରେ ୪ରୁ ୬ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନୂଆ ଦର ଆସନ୍ତାକାଲିଠାରୁ ଲାଗୁ ହେବ।

ନୂଆ ଭଡ଼ା ହାର ଅନୁଯାୟୀ ସାଧାରଣ ବସ୍ ଭଡ଼ା ପ୍ରତି କି.ମି. ୮୮ ପଇସାରୁ ବଢ଼ି ୯୦ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା ୧୨୭ ପଇସାରୁ ୧୩୧ ପଇସା, ଏସି ଡିଲକ୍ସ ୧୫୫ ପଇସାରୁ ୧୫୯ ପଇସା ଏବଂ ସୁପର ଡିଲକ୍ସ ଭଡ଼ା ୨୪୧ ପଇସାରୁ ୨୪୭ ପଇସାକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ଶେଷଥର ୧୬ ମାର୍ଚ୍ଚ ୨୦୨୪ରେ ବସ୍ ଭଡ଼ା ସଂଶୋଧନ ହୋଇଥିଲା। ଡିଜେଲ ଦର ପ୍ରାୟ ୩ ଟଙ୍କା ବୃଦ୍ଧି ପାଇଥିବାରୁ ଏହି ଭଡ଼ା ସଂଶୋଧନ ଆବଶ୍ୟକ ହୋଇଥିବା ଅଲ୍ ଓଡ଼ିଶା ବସ୍ ଓନର୍ସ ଆସୋସିଏସନ ସ୍ପଷ୍ଟ କରିଛି।

error: Content is protected !!