୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ : ଭୁବନେଶ୍ୱରରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ


ଦିଲ୍ଲୀ: ହରିୟାଣାର ଶମ୍ଭୁ ସୀମାରେ ମୋଦି ସରକାର ଏବଂ ହରିୟାଣାର ବିଜେପି ସରକାର କୃଷକ ଆନ୍ଦୋଳନର ଦମନ ବିରୋଧ ରେ ପ୍ରତିବାଦ ସହିତ ୨୧ ଦଫା ସମ୍ବଳିତ ଦାବି ନେଇ ଦେଶଵ୍ୟାପୀ ଆହୁତ ହରତାଳ/ ଗ୍ରାମୀଣ ଭାରତ ବନ୍ଦରେ ଓଡିଶାର ଶ୍ରମିକ, କୃଷକ ଏବଂ କର୍ମଚାରୀ ସଂଗଠନ ମାନେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି l ଓଡିଶାର ରାଜଧାନୀ ଭୁବନେଶ୍ୱରରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ ମାନଙ୍କ ତରଫରୁ ରାଜ ମହଲ ଛକ ଠାରୁ ମିଳିତ ପଟୁଆର ବାହାରି ମହାତ୍ମା ଗାନ୍ଧୀ ମାର୍ଗ ଠାରେ ବିକ୍ଷୋଭ ସମାବେଶ ସଂଗଠିତ ହୋଇଯାଇଛି lଏହା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ଏବଂ ବିଭିନ୍ନ ଟ୍ରେଡ଼ ୟୁନିୟନ ତରଫରୁ ସହରର ମୁଖ୍ୟ ଛକ,କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ/ସେକ୍ଟର ର ହେଡ଼ କ୍ୱାର୍ଟର ଅଫିସ ସମ୍ମୁଖରେ ପିକେଟିଂ ହୋଇଛି lଏହି ପ୍ରତିବାଦ ବିକ୍ଷୋଭରେ ଉଦବୋଧନ ଦେଇ ଓଡିଶା ର ଶ୍ରମିକ-କୃଷକ ଏବଂ କର୍ମଚାରୀ ସଂଗଠନ ମାନଙ୍କର ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ମୋଦି ସରକାର ଦେଶର ଦୁଇ ଉତ୍ପାଦନକାରୀ ପ୍ରମୁଖ ଶ୍ରେଣୀ ଶ୍ରମିକ-କୃଷକ ମାନଙ୍କ ଜୀବନ-ଜୀବିକା ଉପରେ ଆକ୍ରମଣ ଜାରି ରଖିଛନ୍ତି l ୪୪ ଟି ଶ୍ରମ କଲ୍ୟାଣ ଆଇନ କୁ ଚାରୋଟି ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରେ ପରିଣତ କରିଛନ୍ତି l ଶ୍ରମିକ ମାନଙ୍କ ଉପରେ କାମର ଅତ୍ୟଧିକ ବୋଝ ସାଙ୍ଗକୁ ଅସ୍ଥିର ଏବଂ ଅନିୟମିତ ନିଯୁକ୍ତି, ଅତି କମ ମଜୁରୀ ଧାର୍ଯ୍ୟ କରି ଶ୍ରମ ଶକ୍ତି କୁ ନିର୍ମମ ଭାବେ ଶୋଷଣ କରାଯାଉଛି l ଶ୍ରମିକ ଏବଂ କୃଷକ ର ଆୟ ବୃଦ୍ଧି ହେଉ ନାହିଁ l ମୋଦି ଶାସନ ରେ ସମ୍ବିଧାନର ମୌଳିକ ସ୍ତମ୍ଭ ଗୁଡିକୁ ଯଥା ଆର୍ଥିକ ସାର୍ବଭୌମତ୍ୱ,ସାମାଜିକ ନ୍ୟାୟ, ସଂଘୀୟ ଢାଞ୍ଚା ଏବଂ ଧର୍ମନିରପେକ୍ଷତାକୁ ଖୋଲାଖୋଲି ଉଲ୍ଲଙ୍ଘନ କରା ଯାଉଛି l ସାଧାରଣ ଜନତାଙ୍କ ଜୀବନ-ଜୀବିକାର ମୂଳ ଏବଂ ମୌଳିକ ପ୍ରସଙ୍ଗ ଗୁଡିକୁ ଯୋଜନାବଦ୍ଧ ଭାବେ ନ୍ୟୁନ କରାଯାଉଛି l ନିର୍ବାଚନୀ ବଣ୍ଡ ଜରିଆରେ ବୃହତ କମ୍ପାନୀ ମାନଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ପାଣ୍ଠି ଆଦାୟ ଆଇନକୁ ନିକଟରେ ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ ଏବଂ ଅସିଦ୍ଧ ଘୋଷଣା କରି ରାୟ ଦେଇଛନ୍ତି l ଦେଶରେ ଆର୍ଥିକ ବୈଷ୍ୟମ୍ୟ ତୀବ୍ରତର ହୋଇଚାଲିଛି lଜନସାଧାରଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟ,ସାମାଜିକ ନିରାପତ୍ତା ବିପନ୍ନ ହୋଇ ପଡିଛି l ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି,ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଇତ୍ୟାଦି ତୈଳଜାତ ଦ୍ରବ୍ୟ ଗୁଡିକର ଲଗାତାର ଦରବୃଦ୍ଧିରେ ସାଧାରଣ ଜନତା ଅତିଷ୍ଠ ଏବଂ ସଙ୍କଟ ମଧ୍ୟରେ ଜୀବନ ବଞ୍ଚାଉଛନ୍ତି l କର୍ପୋରେଟ ଶକ୍ତି ଏବଂ ସାମ୍ପ୍ରଦାୟିକ କୂଚକ୍ରର କବଳରେ ଦେଶ ଗତି କରିବା ସବୁଠାରୁ ଉଦବେଗଜନକ ବିଷୟ l ଏହି ପୃଷ୍ଠଭୂମିରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ/ସ୍ୱାଧୀନ ଫେଡେରେସନ ମାନଙ୍କ ତରଫରୁ ଦେଶର ଏବଂ ଜନଜୀବନ ଜ୍ୱଳନ୍ତ ସମସ୍ୟା ଉପରେ ଦେଶବ୍ୟାପୀ ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା lଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲ, ଅସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି ଦେବା, ସାରା ଦେଶ ରେ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦/-ଟଙ୍କା ଧାର୍ଯ୍ୟ କରିବା,ସରକାରୀ ସମ୍ପତ୍ତି, ପ୍ରାକୃତିକ ସମ୍ପଦ ଏବଂ ରାଷ୍ଟ୍ରାୟତ ଶିଳ୍ପର ଘରୋଇକରଣ ବନ୍ଦ କରିବା, ସମସ୍ତ ଖାଲି ପଦବୀ ପୂରଣ କରିବା, ପୁରୁଣା ପେନସନ ଯୋଜନା ଲାଗୁ କରିବା,ମୋଟର ଚାଳକ ମାନଙ୍କ ବିରୋଧରେ ଆସିଥିବା କଳା କାନୁନକୁ ପ୍ରତ୍ୟାହାର କରିବା,ଏମ୍. ଏସ୍. ସ୍ୱାମୀନାଥନ ଜାତୀୟ କୃଷକ କମିଶନର ସୁପାରିଶ ଅନୁଯାୟୀ ସି ୨+୫୦% ସୂତ୍ର ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ଏମ୍. ଏସ୍. ପି. ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା,କୃଷକ ମାନଙ୍କର ସମସ୍ତ ଋଣ ଗୋଟିଏ ଥର ଛାଡ଼ କରି ଋଣରୁ ମୁକ୍ତି ଦେବା,କୃଷକ ଏବଂ କୃଷି ଶ୍ରମିକ ମାନଙ୍କ ପାଇଁ ପେନସନ,ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତି ପାଇଁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ,ଜମି ଉପରେ ଚାଷୀର ଅଧିକାର,ଆଦିବାସୀଙ୍କର ଜମି ସୁରକ୍ଷା ସହିତ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରିବା,ଇନପୁଟ୍ ସବସିଡି, ମନରେଗା ଯୋଜନାରେ ବାର୍ଷିକ ୨୦୦ ଦିନର କାମ ଏବଂ ୬୦୦ ଟଙ୍କା ମଜୁରୀ ପ୍ରଦାନ, କାମ କରିବାର ଅଧିକାରକୁ ସମ୍ବିଧାନଭୁକ୍ତ କରିବା, ସମସ୍ତଙ୍କ ପାଇଁ ସାର୍ବଜନୀନ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହକୁ ସୁନିଶ୍ଚିତ କରିବା ଇତ୍ୟାଦି ଦାବି ଗୁଡିକ ନେଇ ଦେଶଵ୍ୟାପୀ ପ୍ରଚାର ଅଭିଯାନ ଜାରି ରହିବ ବୋଲି ଘୋଷଣା କରାଯାଇଛି l ଆମ ଦେଶର ସମ୍ବିଧାନ,ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତାକୁ ରକ୍ଷା କରିବା ପାଇଁ ରାଜ୍ୟ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି lଓଡିଶାରେ ଏହି ଆନ୍ଦୋଳନ କୁ ସଫଳ କରିଥିବାରୁ ରାଜ୍ୟବାସୀ, ରାଜ୍ୟର ବିଜେପି ବିରୋଧୀ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ଗଣସଂଗଠନ ମାନଙ୍କର ସହଯୋଗ ପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି lସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସୁରେଶ ପାଣିଗ୍ରାହୀ, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ତରଫରୁ ମହେନ୍ଦ୍ର ପରିଡାଙ୍କ ସଂଯୋଜନାରେ ସଂଗଠିତ ହୋଇଥିବା ଏହି ଆନ୍ଦୋଳନରେ ସର୍ବଶ୍ରୀ ଶ୍ୟାମ ସୁନ୍ଦର ମହାପାତ୍ର, ବିଜୟ ଜେନା, ଦୁଷ୍ମନ୍ତ କୁମାର ଦାସ, ଜୟସେନ ମେହେର, ରାଧାକାନ୍ତ ସେଠି,ଆଶୀଷ କାନୁନଗୋ,ସୁର ଜେନା,ପୁଷ୍ପା ଦାସ, ପ୍ରଦୀପ୍ତ ନାୟକ,ପୂର୍ଣ୍ଣ ବେହେରା,କ୍ଷୀରୋଦ କୁମାର ସିଂହ ଦେଓ,ଅଭିରାମ ବେହେରା, ବଂଶୀଧର ପରିଡା,ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଶ୍ରୀକାନ୍ତ ମହାନ୍ତି,ସଦାଶିବ ଦାସ,ନରେନ୍ଦ୍ର ମହାନ୍ତି, ମହମ୍ମଦ ସୁକୁରୁ, ଯତୀନ ମହାନ୍ତି, ଚାମ୍ବୁରୁ ସୋରେନ,ଦେବ ପ୍ରସାଦ ରାୟ, ଦେବୀ ପ୍ରସାଦ ପୃଷ୍ଟି,ବିକ୍ରମ ସ୍ୱାଇଁ,ମଦନ ଧଳ, ଲକ୍ଷ୍ମୀ ଦୋରା, ଅମୀୟ ପଟ୍ଟନାୟକ,ବିଜୟ ମହାନ୍ତି,ସୁରେଶ ରାଉତରାୟ,ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ବିମଳୀ ନାୟକ,ପ୍ରମିଳା, ହେନାରାଣୀ ,ପ୍ରମୋଦିନୀ ସାହୁ,ନୟନା ନାୟକ, କାହ୍ନୁ ଚରଣ ମଲ୍ଲିକ,ଏକାଦଶୀ ବେହେରା,ନିରଞ୍ଜନ ମହାନ୍ତି,ରଞ୍ଜନ ମିଶ୍ର, ଲକ୍ଷ୍ମୀ ମାଝୀ,ନାରାୟଣ ଡାଳୁଆ ,ପ୍ରଭାମଞ୍ଜୁଳା ବ୍ରହ୍ମ ପ୍ରମୁଖ ସଂଯୁକ୍ତ କୃଷକ ମୋର୍ଚ୍ଚା,କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମିଳିତ ମଞ୍ଚ / ସ୍ୱାଧୀନ ଫେଡେରେସନ ସମୁହ ତରଫରୁ ବହୁ ନେତୃବୃନ୍ଦ ନେତୃତ୍ୱ ନେଇଥିଲେ ଏବଂ ବକ୍ତବ୍ୟ ରଖିଥିଲେ l ସୁରେଶ ପାଣିଗ୍ରାହୀ ଏବଂ ମହେନ୍ଦ୍ର ପରିଡା , ସଂଯୁକ୍ତ କିଷାନ ମୋର୍ଚ୍ଚା,କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ/ସ୍ୱାଧୀନ ଫେଡେରେସନ ସମୁହ,ଓଡିଶା ତରଫରୁ ଫୋନ:9437936797/9437106174ତାରିଖ:16.02.2024ଆପଣଙ୍କ ଗଣ ମାଧ୍ୟମ ରେ ପ୍ରକାଶନ ନିମନ୍ତେ ଅନୁରୋଧl


error: Content is protected !!