ସଡଙ୍ଗ ଓ ହାବଳେଶ୍ୱର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର


ସଡଙ୍ଗ ଓ ହାବଳେଶ୍ୱର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସଡଙ୍ଗରେ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଯୁବ ସମାଜସେବି ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ରାଜ୍ୟରେ ପ୍ରଚଳନ କରାଯାଇଥିବା ଯୋଜନା ଗୁଡିକ ଉପରେ ମତବ୍ୟକ୍ତ କରିଥିଲେ। ବିଡ଼ିଓ ସଡଙ୍ଗ ପଞ୍ଚାୟତରେ ହୋଇଥିବା ଜନହୀତକର ଯୋଜନା ଗୁଡିକ ର ସୂଚନା ଦେଇଥିଲେ। ଉପସ୍ଥିତ ଲୋକମାନଙ୍କୁ ସରକାରଙ୍କ ସଫଳତା ପୁସ୍ତିକା ବଣ୍ଟନ କରାଯାଇଥିଲା। ପିଇଓ ମହେଶ୍ୱର ସାହୁ, ଜିଆରଏସ ଗଣେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ସେହିପରି ହାବଳେଶ୍ୱର ପଞ୍ଚାୟତରେ ସରପଞ୍ଚ ରମାକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସମିତି ସଭ୍ୟ ତାରିଣୀ ସେନାପତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପଞ୍ଚାୟତ ର ସଫଳ ଏସଏସଜି ଗ୍ରୁପର ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଲା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା।


error: Content is protected !!