ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ନନ୍ଦିଗ୍ରାମ ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି। ସେ ଭବାନୀପୁର ଆସନକୁ ନିଜ ପାଖରେ ରଖିବାକୁ ବାଛିଥିବା ଜଣାପଡ଼ିଛି।
ବିଧାନସଭା ନିୟମ ଅନୁଯାୟୀ, ନିର୍ଦ୍ଧାରିତ ୧୪ ଦିନର ଅବଧି ମଧ୍ୟରେ ସେ ବାଚସ୍ପତି ରଥିନ୍ଦ୍ର ବୋଷଙ୍କୁ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଚଳିତ ନିର୍ବାଚନରେ ସେ ନନ୍ଦିଗ୍ରାମ ଓ ଭବାନୀପୁର ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ନନ୍ଦିଗ୍ରାମରେ ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପବିତ୍ର କରଙ୍କୁ ୯,୬୬୫ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ଅନ୍ୟପଟେ ଭବାନୀପୁରରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…