May 18, 2026

Now Odisha

Now Odisha

ବର୍ଷକଆଗରୁଏଭଳିଚେତାବନୀଦେଲେନି_କାହିଁକି |

Spread the love

କାର୍ଯ୍ୟକାଳ ସରିବାକୁ ଆଉ ମାତ୍ର କିଛି ମାସ ବାକି ରହିଲା। ଏବେ ଡିଜିପି ମହାଶୟଙ୍କ ଚେତାବନୀ ଦବା କଥା ମନେପଡ଼ିଲା। ଓଡ଼ିଶା ଛାଡ଼ିବା ପୂର୍ବରୁ କ’ଣ ତ ଗୋଟେ କହିବେ, ସେଥିପାଇଁ ଅପରାଧୀଙ୍କ ସ୍ଥାନ ନାହିଁ କହିଦେଲେ କାମ ସରିଲା। ଦିନରେ ଓଡ଼ିଶା ଲୋକଙ୍କୁ ଲଣ୍ଠନ ଦେଖେଇବା ଭଳି ଏଇ ଚରମବାଣୀ। ଦେଖାଯାଉ! ଅପରାଧୀମାନେ ଡିଜିପିଙ୍କ କଥାମାନି ଆଉକେଉଁ ରାଜ୍ୟକୁ ଚାଲିଯାଉଛନ୍ତି ସମୟ କହିବ!!

ଅପରାଧୀଙ୍କପାଇଁଓଡ଼ିଶାରେସ୍ଥାନନାହିଁ:#ଡିଜିପି!

ଅପରାଧୀଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ଚେତାବନୀ। ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ କହିଲେ ଡିଜିପି। ଅପରାଧ ଘଟାଇବା ପାଇଁ ଚିନ୍ତା କରୁଥିଲେ ଏନ୍‌କାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ୫ ଦିନରେ ସାରା ରାଜ୍ୟରେ ୧୭୦୦ରୁ ଊର୍ଦ୍ଧ NBW ଡ୍ରାଇଭ୍ କରାଯାଇଛି। ୬ ଜଣଙ୍କ ବିରୋଧରେ NSA ଲାଗିଛି, ୫୦ରୁ ଊର୍ଦ୍ଧ ଫେରାର ଅପରାଧୀ ଗିରଫ। ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି।

error: Content is protected !!