ଭୁବନେଶ୍ୱର, ୧୮/୦୫: ସରକାର ଗଠନ ପାଇଁ ସଂଘର୍ଷ ଆବଶ୍ୟକ। ଅନ୍ୟ ପକ୍ଷରେ ସରକାର ଚଲାଇବା ପାଇଁ ସମର୍ପଣ ଆବଶ୍ୟକ। ଆମ ସମସ୍ତଙ୍କୁ ଲମ୍ବା ସମୟର ସଂଘର୍ଷ ଓ ସମର୍ପଣ ମନୋଭାବ ଆବଶ୍ୟକ। କେବଳ ଶାସନ ଓ କ୍ଷମତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ବରଂ ବର୍ତମାନ ଆମକୁ ସଂଘର୍ଷ ସହିତ ଆହ୍ୱାନକୁ ସଫଳତାର ସହ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ରାଷ୍ଟ୍ର ସର୍ବୋପରି” ମନୋଭାବ ରଖି ପ୍ରଧାନମନ୍ତ୍ରୀ ମୋଦିଜୀ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି।୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ସେ କାର୍ଯ୍ୟ କରୁଛନ୍ତି। ଅତୀତରେ ବିରୋଧୀ ଦଳ ଭୂମିକାରେ ରହି ତତ୍କାଳୀନ ସରକାରଙ୍କୁ ଗଠନାତ୍ମକ ଓ ସକରାତ୍ମକ ସହଯୋଗ କରୁଥିଲା। କିନ୍ତୁ ବର୍ତମାନ ବିରୋଧୀ ଦଳ ଗୁଡିକର ଆଚରଣ ଓ ଉଚ୍ଚାରଣ ବ୍ୟାପକ ପରିବର୍ତନ ଘଟିଛି। ନକରାତ୍ମକ ମନୋଭାବ ସ୍ପଷ୍ଟ ପରିପ୍ରକାଶ ପାଉଛି। ଭାରତୀୟ ଯୁବକ ନବସୃଜନ, ସୃଜନଶୀଳ, ରଚନାତ୍ମକ ଚିନ୍ତାଧାରା ପାଇଁ ପରିଚିତ। ଅନ୍ୟପଟେ ନକରାତ୍ମକ ମନୋଭାବ ରଖିଥିବା ବିରୋଧୀ ଦଳଗୁଡିକ ଏବେ ଜେନ୍ଜି ନାମରେ ଯୁବବର୍ଗକୁ ପଥଭ୍ରାନ୍ତ କରୁଛନ୍ତି। ଏହା ବିକାଶର ଧାରାକୁ ପ୍ରତିରୋଧ କରୁଛି ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଆୟୋଜିତ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ରେ ଯୋଗ ଦେଇ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ କହିଛନ୍ତି।

More Stories
ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଵିଡେନର ସର୍ବୋଚ୍ଚ ସମ୍ମାନ |
କେରଳରେ ସତୀଶନ୍ ସରକାର |