ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ୍ର ଡ୍ରୋନ୍ ମାଡ଼ରେ ଟଳି ପଡ଼ିଛନ୍ତି ଓଡ଼ିଆ ଯୁବକ। ମୃତ ଯୁବକ ହେଉଛନ୍ତି ଗଞ୍ଜାମ ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ. ରାମେୟା।ସୂଚନା ଅନୁଯାୟୀ, ମାସେ ତଳେ କାମ କରିବାକୁ ରୁଷିଆ ଯାଇଥିଲେ ରାମେୟା। ହେଲେ, ଗତ ଶନିବାର ରୁଷିଆ ଉପରେ ୟୁକ୍ରେନ କରିଥିବା ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ରାମେୟା। ଏନେଇ ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍। ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଛି। ମୃତଦେହ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…