ସୋମବାର ସକାଳ ପ୍ରାୟ ୭.୩୦ ସମୟରେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଟ୍ରକ୍ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ମ୍ୟାଜିକ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମ୍ୟାଜିକ୍ ଗାଡ଼ିରେ ଦୁଇ ଜଣ ମହିଳା ସମେତ ୧୦ ଜଣ ଯାତ୍ରା କରୁଥିଲେ।
ଧକ୍କା ଏତେ ଜୋରଦାର ଥିଲା ଯେ ଟାଟା ମ୍ୟାଜିକ୍ ଗାଡ଼ିଟି ଅଟକିବା ପୂର୍ବରୁ ପ୍ରାୟ ୧୦ ଫୁଟ ଟାଣି ହୋଇଯାଇଥିଲା। ଆଗ ଏବଂ ପଛ ସିଟ୍ରେ ବସିଥିବା ଲୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଜଣେ ବ୍ୟକ୍ତିଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।୭୩୦ ନମ୍ବର ଜାତୀୟ ରାଜପଥ ପୂରା ରକ୍ତ ରଞ୍ଜିତ ହୋଇଯାଇଛି। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳ ଲୋକଙ୍କ ଚିତ୍କାରରେ ଥରି ଉଠିଛି।
ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ପୋଲିସକୁ ସୂଚନା ଦେଇଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟାଟା ମ୍ୟାଜିକ୍ ଗାଡ଼ିଟି ଲଖିମପୁରରୁ ସିସାୟା ଅଭିମୁଖେ ଯାଉଥିବା ବେଳେ ବହରାଇଚ୍ ରୁ ଆସୁଥିବା ଏକ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିଲା। ଟ୍ରକ୍ ଟି ଦ୍ରୁତ ଗତିରେ ଆସୁଥିଲା ଏବଂ ହଠାତ୍ ନିୟନ୍ତ୍ରଣ ହରାଇ ଟାଟା ମ୍ୟାଜିକ ଗାଡ଼ିକୁ ଧକ୍କା ଦେଇଥିଲା। ପୋଲିସ ମୃତଦେହଗୁଡ଼ିକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…