ଶ୍ରୀ ଶ୍ରୀଗଣେଶ ବିଗ୍ରହ


ବିଜେ ଛତିଶଗଡ ରାଜ୍ୟ ଦାନ୍ତେୱାଡା ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ବୈଲାଡିଲା ଢୋଲକାଲ ଗ୍ରାମ l ଏହା ସମୁଦ୍ର ପତ୍ତନ ଠାରୁ 3000 ଫୁଟ ଉପରେ ଥିବା ପର୍ଶୁରାମ ଧ୍ୟାନ ଶିଳାରେ ଅବସ୍ଥିତ l ଏଠାରେ କିମ୍ବଦନ୍ତୀ ଅନୁସାରେ ,ଭଗବାନ ପର୍ଶୁରାମ ଓ ଗଣେଶଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଥିଲା l ପର୍ଶୁ ଆଘାତରେ ଗଣେଶଙ୍କର ଗୋଟିଏ ଦାନ୍ତ ଭାଙ୍ଗିଗଲା l ତେଣୁ ସେ ଏକଦନ୍ତ ରୂପେ ପୂଜା ପାଇଲେ l ପର୍ଶୁରାମ ମନ ଦୁଃଖରେ ସେହି ସ୍ଥାନ ପରିତ୍ୟାଗ କରି ସବୁଦିନ ପାଇଁ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରକୁ ଚାଲିଗଲେ ଓ ସେଠାରେ ସବୁଦିନ ପାଇଁ ରହିଲେ ଯାହା ତାଙ୍କର ନିତ୍ୟ ନିବାସ ସ୍ଥଳ lପରେ ଦକ୍ଷିଣ କୋଶଳର ନାଗ ବଂଶୀୟ ରାଜା ମାନେ ସେହି ଢୋଲକାଲ ଗିରି ଶୃଙ୍ଗ ଉପରେ ଦଶମ ଏକାଦଶ ଶତାବ୍ଦୀ ବେଳକୁ ଏକ ପାଞ୍ଚ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ସ୍ଥାପନ କରିଥିଲେ l ଜାଗାଟି ଦାନ୍ତେୱାଡା ରୁ 13 କିମି ଦୂର lଏହି ସ୍ଥାନ ଟି ଅତ୍ୟନ୍ତ ଦୁର୍ଗମ l ବଡ଼ କଷ୍ଟରେ କିଛି ଭକ୍ତ ସେଠାକୁ ଦର୍ଶନ କରିବାକୁ ଯାଇଥାନ୍ତି l ଗଣପତିଙ୍କର ପୂଜକ ମାନେ ବଂଶାନୁକ୍ରମିକ ଭାବରେ ସେଠାକୁ ଯାଇ ପୂଜାର୍ଚ୍ଚନା କରନ୍ତି lଓଁ ନମୋ ଗଣେଶlୟ ନମଃ lଜୟ ଭଗବାନ ଶ୍ରୀ ପର୍ଶୁରାମ lଜୟ ଶ୍ରୀ ଜଗନ୍ନାଥ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!