କଂଗ୍ରେସ ଦଳର କର୍ମକର୍ତ୍ତା ସାଧରଣ ମାହାଙ୍ଗା ଜନତାଙ୍କୁ ଭକୁଆ ବନାଉଛନ୍ତି


ଗତ କିଛିଦିନ ହେବ ମାହାଙ୍ଗା ରେ ଦେଖିବାକୁ ମିଳିଛୁକି ନିଜକୁ କଂଗ୍ରେସ ଦଳ ର କର୍ମକର୍ତ୍ତା କହି ବିଭନ୍ନ ସୋସିଆଲ୍ ମିଡିଆର ଗ୍ରୁପ୍ ତିଆରି କରି ବହୁ ଜଣା ଶୁଣା ମୋବଇଲ୍ ନମ୍ବର ଗୁଡିକୁ ଉକ୍ତ what’sapp ଗ୍ରୁପ୍ ରେ ଆଡ୍ କରି କଂଗ୍ରେସର ବରିଷ୍ଠ ନେତା ଯଥା ରାହୁଲ୍ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକା ଅର୍ଜୁନ ଖଡ୍ଗେ ଙ୍କର ଫଟୋ ଓ ଭିଡ଼ିଓ ଗୁଡ଼ିକୁ ଉକ୍ତ ଗ୍ରୁପ୍ ରେ ବାରମ୍ବାର ପୋଷ୍ଟ କରିବା ସହିତ ନିଜ ନିଜର ଫଟୋ ପୋଷ୍ଟ କରି ଦଳୀୟ କର୍ମକର୍ତ୍ତା ଓ ସାଧରଣ ମାହାଙ୍ଗା ଜନତା ଙ୍କୁ ଭକୁଆ ବନା ଯାଉଛି l ଯାହାକି ଆମ ସମସ୍ତଙ୍କ ପାଇଁ ମୋଟେ ଶୁଭଙ୍କର ନୁହେଁ l ନିଜକୁ କଂଗ୍ରେସ ର ପୁରୁଖା ନେତା ଙ୍କ ଉତ୍ତରାଧିକାରୀ ରୂପେ ପରିଚିତ କରିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଭୋଟର୍ ଭାଇ, ଭଉଣୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ଯେଉଁ ଭ୍ରମାତ୍ମକ ବାର୍ତ୍ତା ଦେବାପାଇଁ ବ୍ୟସ୍ତ ଅଛନ୍ତି ଦୟାକରି ସେଥିରୁ ସେମାନେ ନିବୃତ୍ତ ରହିବା ପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l କାରଣ ସେମାନେ ମାହାଙ୍ଗା ର ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ ଆମେ ଜାଣି ନାହୁଁ? କିନ୍ତୁ ଏତିକି ଜାଣିଛୁ କି ଯେଉଁ ଏକ ରାଜନୈତିକ ଦଳ ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀ ଙ୍କୁ ଦିନରେ ଲଣ୍ଠଣ ଦେଖାଉଛନ୍ତି ସେମାନଙ୍କ କଲା କାର୍ନାମାକୁ ଲୋକ ଲୋଚନକୁ ଆଣିବା ପରିବର୍ତ୍ତେ ନିଜ ନିଜ ମଧ୍ୟରେ ଗୋଷ୍ଠୀ କନ୍ଦଳ ରେ ନିଜକୁ ବ୍ୟସ୍ତ ରଖି କଣ ଦର୍ଶାଇବା ପାଇଁ ଚାହୁଁ ଛନ୍ତି? ତାହା ସମସ୍ତଙ୍କୁ ଜଣାଅଛି l ଯେଉଁ ନିର୍ଦ୍ଧିଷ୍ଟ ଦଳର ଜଣେ ରାଜନେତା ନିଜକୁ ମାହାଙ୍ଗା ର ବିଶ୍ୱକର୍ମା, ବିକାଶ ପୁରୁଷ ବୋଲାଉଛନ୍ତି ସେ ଦୀର୍ଘ କିଛିବର୍ଷ ହେବ ମାହାଙ୍ଗାର ଡବଲ୍ ମର୍ଡର କେସ୍ ରେ ସମ୍ପୃକ୍ତି ଥିବା ନେଇ ଛନ୍ଦି ହୋଇ କୋର୍ଟ୍ କେସ୍ ବିଚାର ଦିନ ରହିଛି l ଉକ୍ତ କଂଗ୍ରେସ ଦଳ ର ନେତୃବୃନ୍ଦ କେବେବି ସେଭଳି ମୁଦା ରୁ ନିବୃତ୍ତ ରହି ନିଜ ନିଜର ଦଳୀୟ ନେତା ବା କର୍ମୀ ଙ୍କ ବିରୋଧରେ ସଡ ସଡଯନ୍ତ୍ର କରିବା ରେ ବ୍ୟସ୍ତ ବିବ୍ରତ ରହୁଛନ୍ତି l ଉପସ୍ଥାପନ ଆମର ବିଚାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଭୋଟର୍ ଭାଇ ଓ ଭଉଣୀ ମାନଙ୍କର କଂଗ୍ରେସ ର ଜଣେ ଶୁଭୂ ଚିନ୍ତକ।


error: Content is protected !!