ଭୁବନେଶ୍ୱର, ୨୨/୦୫: ଦକ୍ଷତା ସହିତ ଭିତ୍ତିଭୂମି, ବିଶ୍ୱାସ ସହିତ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥିରତା ସହିତ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରମାନଙ୍କ ପାଇଁ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ଶୁକ୍ରବାର ଦିନ ପୁରୀ ଠାରେ ଓଡ଼ିଶା କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନ (OCBA) ଆନୁକୂଲ୍ୟରେ ଆୟୋଜିତ ଫେଡେରେସନ ଅଫ୍ ଫ୍ରେଟ୍ ଫରୱାର୍ଡର୍ସ ଆସୋସିଏସନ ଇନ୍ ଇଣ୍ଡିଆ (FFFAI) ର ଷଷ୍ଠ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଅର୍ଥନୈତିକ ରୂପାନ୍ତରଣରେ ଲଜିଷ୍ଟିକ୍ସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ ଏହା କହିଛନ୍ତି I
ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତର ଲଜିଷ୍ଟିକ୍ସ କ୍ଷେତ୍ର କେବଳ ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆକାଂକ୍ଷାକୁ ସଂଯୋଗ କରିବା, ବ୍ୟବସାୟକୁ ସଶକ୍ତ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ଜାତୀୟ ସମୃଦ୍ଧିକୁ ସୁଦୃଢ଼ କରିବା ଦିଗରେ ଜଡ଼ିତ।
ଦେଶର ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ଏଫଏଫଏଫଏଆଇର ଅବଦାନ ପାଇଁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟପାଳ କହିଥିଲେ ଯେ ଏହି ସଂଗଠନ ସାରା ଦେଶରେ କଷ୍ଟମ୍ସ ବ୍ରୋକର ଏବଂ ଫ୍ରେଟ୍ ଫରୱାର୍ଡର୍ସଙ୍କ ପ୍ରତିନିଧିତ୍ୱ କରୁଥିବା ସର୍ବୋଚ୍ଚ ସଂସ୍ଥା ଭାବରେ ଉଭା ହୋଇଛି ଏବଂ ଆଜି ଅନ୍ତର୍ଜାତୀୟ ବାଣିଜ୍ୟକୁ ସୁଗମ କରୁଥିବା ହଜାର ହଜାର ବୃତ୍ତିଗତ ଏବଂ ଉଦ୍ୟୋଗକୁ ସମର୍ଥନ କରିଆସୁଛି ।
ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ମାଲବାହୀ ଫରୱାର୍ଡର ଏବଂ କଷ୍ଟମ୍ସ ବ୍ରୋକରଙ୍କ ଭୂମିକା ପ୍ରାୟତଃ ପରଦା ପଛରେ ରହିଥାଏ, ତଥାପି ଏହା ରାଷ୍ଟ୍ର ନିର୍ମାଣରେ ମୁଖ୍ୟ ଭୂମିକା ନଗ୍ରହଣ କରିଥାନ୍ତି । ବାଣିଜ୍ୟର ନୀରବ ସମର୍ଥକ ଭାବେ କଷ୍ଟମ୍ସ ଅନୁପାଳନ, ଲଜିଷ୍ଟିକ୍ସ ପରିଚାଳନା, ମଲ୍ଟିମୋଡାଲ୍ ପରିବହନ ଏବଂ ବାଣିଜ୍ୟ ସୁବିଧାରେ ସେମାନଙ୍କର ବିଶେଷଜ୍ଞତା ଅର୍ଥନୀତିର ଚକ୍ରକୁ ସୁଗମ ଭାବରେ ଗତିଶୀଳ ରଖିଥାଏ।
ଯେତେବେଳେ ଭାରତ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥନୀତି ଏବଂ ଏକ ବିଶ୍ୱ ଉତ୍ପାଦନ କେନ୍ଦ୍ର ହେବାକୁ ଆକାଂକ୍ଷା କରେ, ସେତେବେଳେ ଏଫଏଫଏଫଏଆଇ ଭଳିସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଅବତାରଣା କରିଥିଲେ I

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…