ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଶାଳବଣି ଗାଁ ପାର୍ଶ୍ୱ ଜଙ୍ଗଲ ନିକଟରେ ଥିବା ଏକ ଜାମୁକୋଳି ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ l ମୃତକ ଜଣକ ଦେବଗଡ଼ ଅଂଚଳର ବୋଲି ଜଣାପଡିଛି l
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯୁବତୀ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇନଥିବା ବେଳେ କିଛିଦିନ ପୁର୍ବରୁ ଭାଗିରଥିପୁର ଗ୍ରାମର ଜଣେ ଯୁବକଙ୍କ ସହିତ ଇନଷ୍ଟାଗ୍ରାମରୁ ପରିଚିତ ହୋଇଥିଲା ଓ ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ପରେ ନାବାଳିକା ଜଣକ ଘର ଛାଡି ଆସି ଯୁବକ ସହିତ ରହୁଥିଲା l ତେବେ କିଛିଦିନ ପରେ ଯୁବକର ବାପା ମାଆ ତାଙ୍କୁ ଘରେ ରଖିବାକୁ ଚାହିଁ ନଥିଲେ ଓ ଗାଳିଗୁଲଜ କରିଥିଲେ | ଯେଉଁଥିପାଇଁ ଯୁବକ ନାବାଳିକାଙ୍କୁ ଫେରିଯିବାକୁ ବାଧ୍ୟ କରୁଥିଲା l ତେବେ ନାବାଳିକା ନଯିବାରୁ ଯୁବକ ତାକୁ ଧୋକା ଦେଇତେବେ କିଛିଦିନ ଏକୁଟିଆ ରହିବା ପରେ ନାବାଳିକା ମଧ୍ୟ ଚାପ ସମ୍ଭାଳି ନପାରି ତା ବାପ ଘରକୁ ପଳେଇ ଯାଇଥିବା ନେଇ କହିଛନ୍ତି ଯୁବକର ବାପା l ହେଲେ ଆଜି ସକାଳୁ ହଠାତ ଗ୍ରାମବାସୀ ଗାଁ ପାର୍ଶ୍ୱ ଏକ ଜାମୁକୋଳି ଗଛ ଡାଳରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଆସନ୍ତାକାଲି ଶବ ବ୍ୟବଛେଦ କରାଯିବା ନେଇ ପୁଲିସ ସୂଚନା ଦେଇଛି l ତେବେ ଏହା ଏକ ସନ୍ଦେହଜନକ ମୃତ୍ୟୁ ହୋଇଥିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତକୁ ଆଗକୁ ବଢାଇବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବା ନେଇ ଥାନା ଅଧିକାରୀ କହିଛନ୍ତି l

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…