May 23, 2026

Now Odisha

Now Odisha

ଅଡୁଆରେ ଅରୁଣ ! ହାଇକୋର୍ଟରୁ ହେଲେ ନିରାଶ: ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ଦସ୍ତାବିଜ ଦେଇଥିବା ନେଇ ଚାଲିବ ମାମଲା

Spread the love

 ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ଅଡୁଆ ବଢ଼ିଲା। ୨୦୨୪ ନିର୍ବାଚନରେ ଅରୁଣ ସାହୁ ନୟାଗଡ଼ରୁ ନିର୍ବାଚିତ ହୋଇଥିଲେ। ମାତ୍ର ଡ଼ ସାହୁ ନିର୍ବାଚନୀ ସତ୍ୟପାଠ ନେଇ ପ୍ରିଜାଇଡିଂ ଅଫିସରଙ୍କୁ ଯେଉଁ ଦସ୍ତାବିଜ ଗୁଡ଼ିକ ଦେଇଥିଲେ, ସେଥିରୁ କେତେକ ନକଲି ଥିବା ଜଣାପଡ଼ିଛି। ଏ ନେଇ ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ତେବେ ଡଃ ଅରୁଣ ସାହୁଙ୍କ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା ଯେ, ପ୍ରତିପକ୍ଷଙ୍କ ପକ୍ଷରୁ ଦାୟର ହୋଇଥିବା ଅଭିଯୋଗ ଅମୂଳକ ଓ କପୋଳକଳ୍ପିତ। ତେଣୁ ଏହା ମକଦ୍ଦମାଟିକୁ ନାକଚ କରାଯାଉ। ମାତ୍ର ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ସାକ୍ଷ୍ୟ ପ୍ରମାଣ ସହିତ ଦୃଢ଼ ଯୁକ୍ତି ଦର୍ଶାଯାଇଥିଲେ ଯେ, ଅଭିଯୋଗଟି ଆଧାର ଯୁକ୍ତ ଏବଂ ମୂଳ ପକ୍ଷରେ ସତ୍ୟ ଓ ପ୍ରମାଣ ରହିଛି। ତେଣୁ ମାନ୍ୟବର ଅଦାଲତ ଏହି ଆବେଦନଟିକୁ ଧାର୍ଯ୍ୟ ସମୟ ମଧ୍ୟରେ ବିଚାର କରିବା ସହ ଡଃ ଅରୁଣ ସାହୁଙ୍କ ନିର୍ବାଚନ ବିଜୟୀକୁ ଅସିଦ୍ଧ ଘୋଷଣା କରନ୍ତୁ। ଅନ୍ୟପଟେ କୋର୍ଟ ସବୁ ପକ୍ଷୀଙ୍କର ଯୁକ୍ତି ଶୁଣିବା ସହ ତାଙ୍କ ରାୟରେ କହିଥିଲେ ଯେ, ଏହି ମାମଲାଟିର ପରବର୍ତ୍ତୀ ଶୁଣାଣି ୨୫ ଜୁନ ୨୦୨୬ରେ ସମ୍ପନ୍ନ ହେବ ବୋଲି ଆନନ୍ଦ ଚନ୍ଦ୍ର ବେହେରା ରାୟ ପ୍ରକାଶ କରିଛନ୍ତି।ଅନ୍ୟପଟେ ହାଇକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ଆଗାମୀ ଦିନରେ କେଉଁ ରୂପ ନେଉଛି ଅରୁଣ ସାହୁଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ତାଙ୍କ ଓକିଲ କିଭଳି ଯୁକ୍ତି ଦାଖଲ କରୁଛନ୍ତି, ଏବଂ ପ୍ରତିପକ୍ଷ ଓକିଲ ମଧ୍ୟ କେଉଁଭଳି ତଥ୍ୟ ଉପସ୍ଥାପନ କରୁଛନ୍ତି, ତାହା ବେଶ ରୋଚକ ହେବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ହାଇକୋର୍ଟଙ୍କ ରାୟ ଡଃ ଅରୁଣ ସାହୁଙ୍କ ରାଜନୈତିକ ଭବିଷ୍ୟତକୁ ପ୍ରଭାବିତ କରିବାର ଅନେକ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

error: Content is protected !!