ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ର କର୍ମୀ ସମିଳନୀ


ଆସନ୍ତା ତା ୨୮/୦୨/୨୦୨୪ରିଖ ବୁଧବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ର କର୍ମୀ ସମିଳନୀ ଭଦ୍ରେଶ୍ୱର ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଏ ନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ସଭାପତି ଅଲେଖ ପ୍ରସାଦ ସ୍ୱାଇଁ ଙ୍କ ଅଧକ୍ଷତାରେ ଭଦ୍ରେଶ୍ୱର ଗ୍ରାମପଞ୍ଚାୟତ ର ହଡ ହଡି ବଜ଼ାର ଠାରେ ଅନୁଷ୍ଠିତ ହୋଇଯାଇଛି ଏହି କର୍ମୀ ସମିଳନୀରେ ପିସିସି ସ୍ତରୀୟ ବହୁ ସଂଖ୍ୟା ଲଘୁ ସାମ୍ପ୍ରଦାୟର ବହୁ ମାନ୍ୟ ଗଣ୍ୟ ନେତା ଯୋଗଦେବାର କାଯ୍ୟକ୍ରମ ରହିଛି ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଉଭୟ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ର ସମସ୍ତ ସଂଖ୍ୟା ଲଘୁ ସାମ୍ପ୍ରଦାୟର ପୁରୁଷ, ମହିଳା ଓ ଅନ୍ୟ ସମସ୍ତ ସକ୍ରିୟ କର୍ମୀମାନେ ଯୋଗ ଦେବେ ଏହି ବୈଠକରେ ସମସ୍ତ କର୍ମୀ ମାନଙ୍କ ସହମତିରେ ଏହା ନିଷ୍ପତି ନିଆଗଲା ଯେ ତା ୨୮/୦୨/୨୦୨୪ରିଖ ଦିବା ୩ ଘଟିକା ସମୟରେ ଏକ ଶୋଭାଯାତ୍ରା ହଡ ହଡି ବାଜ଼ରରୁ ବାହାରି ଝଡ଼େଶ୍ୱର ପୁର ଜୁମା ମସଜିଦ ପାଖ ପଡିଆରେ କର୍ମୀ ସମିଳନୀ ଓ ସାଧାରଣ ସଭା ଅନୁଷ୍ଠିତ ହେବ ଏଣୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ କଂଗ୍ରେସ କର୍ମୀ ଓ ଜନସାଧାରଣ ମାନଙ୍କୁ ଅନୁରୋଧ ଭଦ୍ରେଶ୍ୱର ଠାରେ ପହଞ୍ଚି ସଭା ଟିକୁ ସାଫଲ୍ୟ ମଣ୍ଡିତ କରିବା ହେବେ l


error: Content is protected !!