May 24, 2026

Now Odisha

Now Odisha

ଆନ୍ଧ୍ରରେ ପେଟ୍ରୋଲ୍‌ ସବୁଠୁ ମହଙ୍ଗା, ଗୁଜରାଟରେ ଶସ୍ତା |

Spread the love

ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ତିନି ଥର ପେଟ୍ରୋଲ ଦରରେ ବୃଦ୍ଧି ଘଟିଛି। ଏହି ଦରବୃଦ୍ଧି ପରେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦର ଭିନ୍ନ ଭିନ୍ନ ସ୍ତରକୁ ବୃଦ୍ଧି ପାଇଛି। ଆନ୍ଧ୍ରରେ ପେଟ୍ରୋଲ ଦର ଲିଟର ପିଛା ସର୍ବାଧିକ ୧୧୭ ଟଙ୍କା ୮୦ ପଇସା ରହିଛି। ଏହା ପଛକୁ ତେଲେଙ୍ଗାନାରେଦେର ୧୧୫ ଟଙ୍କା ୭୦ ପଇସା, କେରଳରେ ୧୧୨ ଟଙ୍କା ୩୦ ପଇସା, ମଧ୍ୟପ୍ରଦେଶରେ ୧୧୧ ଟଙ୍କା ୪୦ ପଇସା ଓ ବିହାରରେ ୧୧୦ ଟଙ୍କା ୪୦ ପଇସା ରହିଛି।

ଏହି ପାଞ୍ଚଟି ରାଜ୍ୟରେ ପେଟ୍ରୋଲ ଦର ୧୧୦ ଟଙ୍କାରୁ ଅଧିକ ହୋଇଛି।

ପଶ୍ଚିମବଙ୍ଗରେ ପେଟ୍ରୋଲ ୧୦୯ ଟଙ୍କା ୮୦ ପଇସା, ରାଜସ୍ଥାନରେ ୧୦୯ ଟଙ୍କା ୫୦ ପଇସା, ମହାରାଷ୍ଟ୍ରରେ ୧୦୮ ଟଙ୍କା ୫୦ ପଇସା, କର୍ଣ୍ଣାଟକରେ ୧୦୭ ଟଙ୍କା ୭୦ ପଇସା, ଓଡ଼ିଶାରେ ୧୦୫ ଟଙ୍କା ୯୦ ପଇସା ହୋଇଛି। ସବୁଠୁ ଶସ୍ତାରେ ପେଟ୍ରୋଲ ଗୁଜରାଟରେ ମିଳୁଛି। ସେଠାରେ ପେଟ୍ରୋଲ ଲିଟର ୯୯ ଟଙ୍କା ୧୦ ପଇସା ରହିଛି। ଚାରିଟି ରାଜ୍ୟରେ ପେଟ୍ରୋଲ ଦର ଏବେବି ୧୦୦ ଟଙ୍କାରୁ କମ୍ ରହିଛି। ହରିୟାନାରେ ଦର ୯୯ ଟଙ୍କା ୭୦ ପଇସା, ଦିଲ୍ଲୀରେ ୯୯ ଟଙ୍କା ୫୦ ପଇସା ଓ ଉତ୍ତରପ୍ରଦେଶରେ ୯୯ ଟଙ୍କା ୫୦ ପଇସା ରହିଛି। ତାମିଲନାଡୁରେ ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ୬୦ ପଇସା, ଛତିଶଗଡ଼ରେ ୧୦୫ ଟଙ୍କା ୨୦ ପଇସା, ଝାଡ଼ଖଣ୍ଡରେ ୧୦୨ ଟଙ୍କା ୬୦ ପଇସା, ଆସାମରେ ୧୦୧ ଟଙ୍କା ୯୦ ପଇସା, ଗୋଆରେ ୧୦୧ ଟଙ୍କା ୩୦ ପଇସା ଓ ପଞ୍ଜାବରେ ୧୦୧ ଟଙ୍କା ୧୦ ପଇସା ରହିଛି।

ଆହୁରି ପଢ଼ନ୍ତୁ: Petrol pump: ପେଟ୍ରୋଲ୍ ପମ୍ପ୍ରେ ବନ୍ଧୁକଧାରୀଙ୍କ ଆତଙ୍କ: ୩ ଦୁର୍ବୃତ୍ତଙ୍କଠାରୁ ୨୨ ଏୟାର୍ ଗନ୍ ଜବତ

ଗତ ମାର୍ଚ୍ଚ ୨୭ରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲିଟର ପିଛା ୧୦ ଟଙ୍କା କମ୍ କରିଥିଲେ। ଏହାପରେ ବିପେଜି ଶାସିତ ରାଜ୍ୟଗୁଡ଼ିକ ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥିଲେ। ସେଥିପାଇଁ ଗୁଜରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ଗୋଆ ଓ ଆସାମରେ ପେଟ୍ରୋଲ ଦାମ୍ କମ୍ ରହିଛି। ବିଭିନ୍ନ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭିନ୍ନ ଭିନ୍ନ ହାରରେ ମୂଲ୍ୟଯୁକ୍ତ ଟିକସ (ଭାଟ୍) ଲଗାଇଛନ୍ତି। କିଛି ରାଜ୍ୟ ସ୍ବତନ୍ତ୍ର ସେସ୍ ମଧ୍ୟ ସଂଗ୍ରହ କରୁଛନ୍ତି। ସେଥିପାଇଁ ସେହି ରାଜ୍ୟଗୁଡ଼ିକରେ ପେଟ୍ରୋଲ୍ ଦର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅପେକ୍ଷାକୃତ ଅଧିକ ରହୁଛି।

error: Content is protected !!