ଏଲ_ନିନୋ ଆସିବ, କିନ୍ତୁ ଏଯାଏଁ ସୃଷ୍ଟି ହୋଇନି। ଦେଶବ୍ୟାପୀ ଏଲ-ନିନୋ ଦ୍ବନ୍ଦ୍ବକୁ ନେଇ ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ମୌସୁମୀ ସମୟରେ ଏଲ-ନିନୋ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି।ଏଲ୍-ନିନୋକୁ ନେଇ ବଡ଼ ଅପଡେଟ୍ ଆସିଛି।
୨୦୦୯ରେ ଶକ୍ତିଶାଳୀ ଏଲ୍ନିନୋ ବର୍ଷରେ ଓଡ଼ିଶାରେ ଜଳାଶୟଗୁଡ଼ିକର ଜଳସ୍ତର ବହୁତ କମିଯାଇଥିଲା।
ପଶ୍ଚିମ ଓଡ଼ିଶାରେ ପିଇବା ପାଣି ପାଇଁ ହାହାକାର ସ୍ଥିତି ଦେଖା ଦେଇଥିଲା । ପ୍ରବଳ ତାତି, ମରୁଡ଼ି ଦେଖା ଦେଇଥିଲା। ତେଣୁ ୨୦୨୬ରେ ଶକ୍ତିଶାଳୀ ଏଲ୍-ନିନୋ ଦେଖାଦେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ଏଲ-ନିନୋ ବିକଶିତ ହୋଇନି, ନ୍ୟୁଟ୍ରାଲ ସ୍ଥିତିରେ ରହିଛି ବୋଲି କହିଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଜୁନରୁ ସେପ୍ଟେମ୍ବର ଏଲନିନୋ ହେବାର ସମ୍ଭାବନା ରହିଛି। ମୌସୁମୀ ବାୟୁକୁ ପ୍ରଭାବିତ କରେ ଏଲ-ନିନୋ। ପ୍ଲସ ମାଇନସ ୯୦ ପ୍ରତିଶତ କମ୍ ବର୍ଷା ହେବ ବୋଲି ସେ କହିଛନ୍ତି।
IMD DG ଆହୁରି କହିଛନ୍ତି- ଆଗାମୀ ୫ ଦିନ ରାଜ୍ୟରେ ହିଟ୍ ୱେଭ୍ ଲାଗି ରହିବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ପଶ୍ଚିମ ଓଡ଼ିଶାରେ ମଧ୍ୟ ୧/୨ଟି ଜିଲ୍ଲାରେ ପାରଦ ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି।ତେବେ ଏଲ୍-ନିନୋ ବର୍ଷରେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟା ସାଧାରଣ ଅପେକ୍ଷା କିଛି ମାତ୍ରାରେ କମିପାରେ । କିନ୍ତୁ ବାତ୍ୟାର ଭୟ ସମ୍ପୂର୍ଣ୍ଣ ଦୂର ହୁଏନାହିଁ ।

More Stories
ପୁରୀ ସହରକୁ ନିଶା ମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଅଭିଯାନ ଜାରୀ : ପ୍ରତୀକ ସିଂହ,ଏସପି
ରୁଷ୍-ୟୁକ୍ରେନ ଯୁଦ୍ଧ: କିବ୍ ଉପରେ ହାଇପର୍ସୋନିକ କ୍ଷେପଣାସ୍ତ୍ର |
ଆଶିଷ ମହାନ୍ତି ଆୟକର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ନିର୍ଦେଶାଳୟର ନୂଆ ନିର୍ଦ୍ଦେଶକ |