ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧକୁ ଆହୁରି ଭୟଙ୍କର ରୂପ ଦେଇଛି ରୁଷ୍। ସମ୍ପ୍ରତି ସବୁଠାରୁ ବଡ଼ ଏୟାର ଷ୍ଟାଇକ୍ କରି ରୁଷ ସେନା ୟୁକ୍ରେନର ରାଜଧାନୀ କିବ୍କୁ ଥରହର କରିଦେଇଛି। ୟୁକ୍ରେନ ଦ୍ୱାରା ରୁଷ୍ ଅଧିକୃତ ଅଂଚଳରେ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ନେବାକୁ ଯାଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଥିବା ଚେତାବନୀ ପରେ ଏହି ସାଂଘାତିକ ମିସାଇଲ ମାଡ଼ କରାଯାଇଛି।
ଏକ ଶକ୍ତିଶାଳୀ ହାଇପର୍ସୋନିକ କ୍ରୁଜ୍ ମିସାଇଲ କେନ୍ଦ୍ରୀୟ କିବ୍ ଉପରେ ମାଡ଼ ହେବା ମାତ୍ରେ ସେଠାରେ ଏକ ପ୍ରଳୟଙ୍କରୀ ବିସ୍ଫୋରଣ ଘଟିଛି। ୟୁକ୍ରେନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରୁଷ୍ ଗତରାତିରେ ପ୍ରାୟ ୯୦ଟି କ୍ଷେପଣାସ୍ତ୍ର ଏବଂ ୭୦୦ରୁ ଅଧିକ ଆତ୍ମଘାତୀ ଡ୍ରୋନ୍ ବ୍ୟବହାର କରିଛି।
ଯଦିଓ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅନେକ ମିସାଇଲ ଓ ଡ୍ରୋନକୁ ଆକାଶରେ ଧ୍ୱଂସ କରିବାରେ ସଫଳ ହୋଇଛି, ତଥାପି ଅନେକ ଅସ୍ତ୍ର ଜନବସତି ଉପରେ ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଆକ୍ରମଣରେ କିବ୍ର ଲୁକିଆନିଭସ୍କା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ବଡ଼ ବ୍ୟବସାୟିକ କେନ୍ଦ୍ର ଏବଂ ସ୍ଥାନୀୟ ବଜାର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ସେହିପରି ପୂର୍ବ ଆକ୍ରମଣଗୁଡ଼ିକରେ ୬ ଥର ଭାଙ୍ଗିବା ପରେ ପୁନଃନିର୍ମାଣ କରାଯାଇଥିବା ଏକ ପ୍ରସିଦ୍ଧ କ୍ୟାଫେ ମଧ୍ୟ ଏହି ବୋମାମାଡ଼ରେ ଧ୍ୱଂସ ହୋଇଯାଇଛି।
ଆହୁରି ପଢ଼ନ୍ତୁ: Russia: ୟୁକ୍ରେନ ଉପରେ ୫୨୪ ଡ୍ରୋନ୍ ଓ ୨୨ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍
ଆକ୍ରମଣ ପରେ ସମଗ୍ର କିବ୍ ସହରରେ ଏକ ପ୍ରଳୟଙ୍କରୀ ସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣରେ ଅତିକମ୍ରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ବହୁ ସଂଖ୍ୟାରେ ଆବାସିକ ଗୃହ, ବିଦ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଚୂରମାର ହୋଇଯାଇଛି। ସାରା ରାତି କ୍ୱିବ୍ର ଆକାଶରେ ବିସ୍ଫୋରଣ ଶବ୍ଦ ଶୁଣାଯାଉଥିବା ବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ହଜାର ହଜାର ସ୍ଥାନୀୟ ବାସିନ୍ଦା ମେଟ୍ରୋ ଷ୍ଟେସନ ଏବଂ ଭୂତଳ ବଙ୍କରରେ ଆଶ୍ରୟ ନେଇଛନ୍ତି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ରୁଷ୍ କେବଳ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛି ବୋଲି ଅଭିଯୋଗ କରିଛନ୍ତି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି