ପୁରୀ ସହରକୁ ନିଶା ମୁକ୍ତ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଅଭିଯାନ ଜାରୀ ରହିଛି । ପୁରୀ ବାସେଳୀ ସାହି ଥାନା ପୋଲିସ ଦ୍ବାରା ନିଶା କାରବାରକୁ ରୋକିବା ସହ ନିଶା ବେପାରୀଙ୍କୁ ଧରିବା ପାଇଁ ଚଢ଼ାଉ ସମୟରେ ମାଟିତୋଟା ନିକଟରେ ଏକ କାରରୁ ୨୫୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହି ଘଟଣାରେ ମୁଖ୍ୟ ବେପାରୀ ଖୋର୍ଦ୍ଧାର ଆଶିଷ ପଟ୍ଟନାୟକଙ୍କ ସହ ପିପିଲିର ଅବିନାଶ ସ୍ବାଇଁଙ୍କୁ ଗିରଫ କରାଯାଇଛି ।
ଗିରଫ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ ଟି ମୋବାଇଲ ଫୋନ୍ ,ଗୋଟିଏ କାର ଜବତ,୩୮୦୦ ଟଙ୍କା ଜବତ । ଆଶିଷ ନାଁରେ ଖୋର୍ଦ୍ଧା ମଡେଲ ଥାନାରେ ୭ ଟି ମାମଲା ରହିଥିବାବେଳେ ଅବିନାଶ ନାଁରେ ପୁରୀ ଟାଉନ ଥାନାରେ ଗୋଟିଏ ମାମଲା ରହିଛି । ଏମାନଙ୍କ ସହ ଆଉ କେଉଁ ମାନେ ସଂପୃକ୍ତ ,ବ୍ରାଉନ ସୁଗାର୍ କେଉଁ ସ୍ଥାନରୁ ଆସିଥିଲା ଓ କେଉଁ ସ୍ଥାନକୁ ଯାଉଥିଲା ତାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ପୁରୀ ଏସପି ପ୍ରତୀକ ସିଂହ । ୨୦୩୫ ଜାନୁୟାରୀ ୧ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ସିଟି ସବ୍ଡିଭିଜନ୍ ଅଞ୍ଚଳରେ ଆଇନ-ଶୃଙ୍ଖଳା ରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ମୋଟ ୨୭୮ ଜଣ ଆଣ୍ଟି ସୋସିଆଲ୍ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ସେହିପରି କୋରେକ୍ସ ସମ୍ବନ୍ଧୀୟ ୧୬ଟି କେସ୍ ରୁଜୁ ହୋଇଥିବା ବେଳେ ୨୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୨୩୩ ବୋତଲ୍ କୋରେକ୍ସ ସିଜ୍ କରାଯାଇଛି । ବ୍ରାଉନ୍ ସୁଗାର୍ ସମ୍ବନ୍ଧୀୟ ୧୩ଟି କେସ୍ ରୁଜୁ ହୋଇଥିବା ବେଳେ ୨୮ ଜଣଙ୍କୁ ଗିରଫ କରାଯାଇଛି ଏବଂ ପ୍ରାୟ ୪୮୮ ଗ୍ରାମ୍ ବ୍ରାଉନ୍ ସୁଗାର୍ ସିଜ୍ କରାଯାଇଛି । ଏହାଛଡ଼ା ଏକ୍ସାଇଜ୍ ଆଇନ୍ ଅନୁସାରେ ୫୪ଟି କେସ୍ ରୁଜୁ ହୋଇଥିବା ବେଳେ ୫୪ ଜଣଙ୍କୁ ଗିରଫ କରାଯାଇଛି । ଏଥି ସହିତ ପୁରୀ ସହରର ବିଭିନ୍ନ ପବ୍ଲିକ୍ ପ୍ଲେସ୍ରେ ସାର୍ବଜନିକ ଭାବେ ମଦ୍ୟପାନ କରୁଥିବା ୧୧୦୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ପିଆର୍ (PR) ସବମିଟ୍ କରାଯାଇଛି । ପୁରୀ ପୋଲିସ ସହରରେ ଶାନ୍ତି, ସୁରକ୍ଷା ଏବଂ ଅପରାଧମୁକ୍ତ ପରିବେଶ ରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏସପି କହିଛନ୍ତି ।

More Stories
ରୁଷ୍-ୟୁକ୍ରେନ ଯୁଦ୍ଧ: କିବ୍ ଉପରେ ହାଇପର୍ସୋନିକ କ୍ଷେପଣାସ୍ତ୍ର |
ଜୁନରେ ଆସିବ ଏ-ଲିନୋ!
ଆଶିଷ ମହାନ୍ତି ଆୟକର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ନିର୍ଦେଶାଳୟର ନୂଆ ନିର୍ଦ୍ଦେଶକ |