ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ଖଣ୍ଡାରେ ହାଣିବା ଘଟଣାରେ ବ୍ରହ୍ମପୁର ଉପକଣ୍ଠ ବାଉରୀ ସୁକୁଣ୍ଡାରେ ଜଣେ ଅଭିଯୁକ୍ତ ଜଗା ସାହୁକୁ ଏନ୍କାଉଣ୍ଟର କରିଛି ପୋଲିସ। ଅଭିଯୁକ୍ତର ଦୁଇ ଆଣ୍ଠୁରେ ବାଜିଛି ଗୁଳି।ଗତ କାଲି ରାତିରେ ଜଣେ ଯୁବକଙ୍କୁ ହାଣି ଫେରାର ଥିଲା ଜଗା। ଏହାର ଭିଡିଓ ଭାଇରଲ ହେବାର ୫ ଘଣ୍ଟା ଭିତରେ ଏନ୍କାଉଣ୍ଟର ହୋଇଛି। ପୋଲିସ ଟିମ୍ ପହଞ୍ଚିବା ପରେ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା ଜଗା। ଯାହା ଫଳରେ ପୋଲିସର ପାଲଟା ଗୁଳିରେ ଜଗା ଆହତ ହୋଇ ଏମ୍କେସିଜିରେ ଭର୍ତ୍ତି ହୋଇଛି। ଜଗା ନାଁରେ ବଡ଼ବଜାର ଓ ସଦର ଥାନାରେ ୯ଟି ଅପରାଧିକ ମାମଲା ରହିଛି।
ସୂଚନା ମୁତାବକ, ଗତ କାଲି ରାତି ୯ଟାରେ ବଡ଼ ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗରରେ ମଙ୍ଗଳା ବେହେରା (୨୬) ନାମକ ଜଣେ ଯୁବକଙ୍କୁ ଜଗା ଏବଂ ଅନ୍ୟ ଜଣେ ଅଭିଯୁକ୍ତ ବଳିଆ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ମଙ୍ଗଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା ଏସପି ଡା. ସରବଣା ବିବେକ ଏମ୍ କହିଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…