ନବରଙ୍ଗପୁର (ନବରଂଗପୁର): ନବରଙ୍ଗପୁର ଓରମାସ ଦ୍ବାରା ପ୍ରସ୍ତୁତ ‘ଇନ୍ଦ୍ରାବତୀ ପ୍ୟାକେଟ’ ଏବେ ବିଦେଶରେ ଚାହିଦା ବଢ଼ିବାରେ ଲାଗିଛି। ଲଣ୍ଡନରେ ଏବେ ଏହାର ଚାହିଦା ବଢ଼ିଛି। ତା ସହ ବିଦେଶର ବିଭିନ୍ନ କୋଣ ଅନୁକୋଣରେ ବି ଏହାର ବରାଦ ଆସିବାରେ ଲାଗିଛି। ବିଦେଶ ମାର୍କେଟରେ ଯୋଗାଇବା ପାଇଁ ନବରଙ୍ଗପୁର ଓରମାସ ଇ-ବ୍ୟବସାୟ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି।ଆଗାମୀଦିନରେ ଯେଭଳି ଅମାଜନ, ଫ୍ଲିପକାର୍ଟ ଆଦି ଇ-ବଜାରରେ ଓରମାସର ଇନ୍ଦ୍ରାବତୀ ପ୍ରବେଶ କରିବ ବୋଲି କହିଛନ୍ତି ଓରମାସର ଡେପୁଟି ସିଇଓ ରୋଶନ କୁମାର କାର୍ତ୍ତିକ।
ଓରମାସ ଏସଏଚଜି ଓ ଫାର୍ମସ ପ୍ରଡ୍ୟୁସର କମ୍ପାନିର କୃଷି ସମାଗ୍ରୀକୁ ପ୍ରୋତ୍ସାହିତ କରିବା ଆରମ୍ଭ କରିଛି। ସ୍ଥାନୀୟ ଅଂଚଳରେ ଉତ୍ପାଦିତ ମାଣ୍ଡିଆ, ମକା ଆଦିକୁ କିଣି ଏଫପିଓ ମାନେ ଏଥିରେ ମାଣ୍ଡିଆର ଚୁନା, ମୁଡୁକୁ, ମିକ୍ଚର, ମକା ମଂଜିର ଲଢ଼ୁ ଓ ମକାଜନା, ହଳଦୀ ଗୁଣ୍ଡ ଆଦି ବିଭିନ୍ନ ସ୍ନାକ୍ସକୁ ପ୍ୟାକେଜ୍ କରିଛନ୍ତି। ଗତ କିଛି ମାସ ତଳେ ଲଣ୍ଡନରେ ବସବାସ କରୁଥିବା ନବରଙ୍ଗପୁର ସହରର ଡ. ବିଭୁତି ପଟ୍ଟନାୟକ ଏଠାକୁ ଆସି ଡିସ୍କଭର ନବରଙ୍ଗପୁର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅବସରରେ ଡ.ପଟ୍ଟନାୟକଙ୍କୁ ନବରଙ୍ଗପୁର ଓରମାସ ତରଫରୁ ଉପହାରରେ ଦିଆଯାଇଥିଲା। ଏହା ପରେ ସେ କିଛି ପ୍ୟାକେଟ କିଣି ନେଇଥିଲେ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…