May 25, 2026

Now Odisha

Now Odisha

ଶାରୀରିକ ସମ୍ପର୍କ ପାଇଁ ରାଜି ନହେବାରୁ ମହିଳାଙ୍କୁ ତଣ୍ଟିଚିପି ହତ୍ୟା

Spread the love

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଉପକଣ୍ଠ ବାଳିଆପିଟା ଗ୍ରାମରେ ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡl ଶୋଇବା ଘରେ ବିଧବା ମହିଳାଙ୍କ ତଣ୍ଟିଚିପି ହତ୍ୟା କରିବାପରେ ଉଲଗ୍ନ ମୃତଦେହକୁ ଖଟିଆ ଉପରେ ଛାଡି ଚମ୍ପଟ ମାରିଥିଲା ଦୁର୍ବୃତ୍ତl

ତେବେ ଉକ୍ତ ଘଟଣାର ୪ଦିନ ନପୂରୁଣୁ ବୈଶିଙ୍ଗା ପୁଲିସ ମୃତକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳରୁ ଅଭିଯୁକ୍ତ ସୁକୁଦେବ ଦଳେଇକୁ ବିଳମ୍ବିତ ରାତିରେ ଗିରଫ କରିଥିଲାl ତାକୁ ଥାନାରେ ଅଟକ ରଖି ରାତି ତମାମ ସେଦିନର ଲୋମହର୍ଷକ ହତ୍ୟାକାଣ୍ଡ ସମ୍ବନ୍ଧରେ ଜେରା କରିଥିଲା ପୁଲିସl ଶେଷରେ ସେ ସବୁ କଥା ପୁଲିସ ସମ୍ମୁଖରେ ବଖାଣି ଥିଲାlଅଭିଯୁକ୍ତର କହିବା ମୁତାବକ ମୃତକ ମହିଳା ଅନିତା ସିଂଙ୍କ ସହିତ ସୁକୁଦେବର ପୂର୍ବରୁ ପରିଚୟ ଥିଲାl ସେଦିନ ଅନିତା ତାକୁ ଘରକୁ ଡାକିଥିଲା। ହେଲେ ଅନିତାକୁ ଏକୁଟିଆ ପାଇ ସୁକୁଦେବ ତାଙ୍କୁ ଟଣାଓଟୋରା କରିବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲାl ପରେ ଅନିତା ରାଜି ନହେବାରୁ ସେ ଉତ୍ୟକ୍ତ ହୋଇ ଅମାନୁଷିକ ଭାବେ ଏକ ଶାଢ଼ି ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିଥିଲା। ଗୋଡ଼ ଦୁଇଟିକୁ ଶାଢ଼ିରେ ବାନ୍ଧି ତାଙ୍କ ମୋବାଇଲ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲାlତେବେ ମୋବାଇଲଟିକୁ ମଧ୍ୟ ସୁଇଚଅଫ କରି ରାସ୍ତାରେ ଫିଙ୍ଗିଦେଇ ନିଜ ଘରକୁ ପଳେଇ ଥିଲାl ସବଇନ୍ସପେକ୍ଟର ସରୋଜ ଜେନା ଏକ ହତ୍ୟାଜନିତ ମାମଲା ରୁଜୁ ପୂର୍ବକ ମୁଖ୍ୟତଃ ଅନିତାଙ୍କ ମୋବାଇଲ କଲ ରେକର୍ଡକୁ ଯାଞ୍ଚ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ଓ ଗତକାଲି ବିଳମ୍ବିତ ରାତିରେ ସୁକୁଦେବକୁ କାବୁ କରିଥିଲା lଏନେଇ ସୋମବାର ଅପରାହ୍ନରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିବାପରେ ସନ୍ଧ୍ୟାରେ ବୈଶିଙ୍ଗା ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ଡାକି ଅତିରିକ୍ତ ଏସପି ମମତା ସାହୁ, ଏସଡିପିଓ ମିନତୀ ବିଶ୍ୱାଳ ଓ ଥାନା ଅଧିକାରୀ ବାରିଣୀ ଦାସ ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେl ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଞ୍ଜୁର କାରଣରୁ ବିଚାର ବିଭଗୀୟ ହାଜତକୁ ପଠାଇ ଦିଆଯାଇଥିଲା l

error: Content is protected !!