ବରଗଡ଼/ସୁନ୍ଦରଗଡ଼,- (ସୋମବାର) ଅପରାହ୍ନରେ ଆସିଥିବା ଭୟଙ୍କର କାଳବୈଶାଖୀ ଝଡ଼ ଯୋଗୁଁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଝଡ଼ ଫଳରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍)ର ବିତରଣ ଅଞ୍ଚଳରେ ଥିବା ବିଦ୍ୟୁତ ଭିତ୍ତିଭୂମି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ।ତ ଗତିରେ ପବନ ଓ ବର୍ଷା ଯୋଗୁଁ ଉଭୟ ଜିଲ୍ଲାରେ ୧୧ କେ.ଭି. ଓ ୩୩ କେ.ଭି. ଫିଡର ଲାଇନ୍ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଶତାଧିକ ଗଛ ଉପଡ଼ି ବିଦ୍ୟୁତ ତାର ଉପରେ ପଡ଼ିଥିବାରୁ ବିଭିନ୍ନ ସ୍ଥାନରେ ୧୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଛି । ଏହା ସହ ୫୦୦ ସର୍କିଟ କିଲୋମିଟର (CKM)ରୁ ଅଧିକ ୧୧ କେ.ଭି. ଓ ୩୩ କେ.ଭି. ଫିଡର ଲାଇନ ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ଉଭୟ ଜିଲ୍ଲାରେ ପ୍ରାୟ ୧,୦୦୦ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର (DTR) ପ୍ରଭାବିତ ହୋଇଅଛି ।
ଏହି କ୍ଷୟକ୍ଷତି ଫଳରେ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହୋଇଅଛି । ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ୧.୧୭ ଲକ୍ଷରୁ ଅଧିକ ବିଦ୍ୟୁତ୍ ଗ୍ରାହକ ଏବଂ ବରଗଡ଼ ଜିଲ୍ଲାର ୫୦ ହଜାରରୁ ଅଧିକ ଗ୍ରାହକ ଏଥି ଯୋଗୁଁ ପ୍ରଭାବିତ ହୋଇଛନ୍ତି ।ଝଡ଼ ପରେ ପରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ତୁରନ୍ତ ଏକ ଡିଜାଷ୍ଟର ରିସ୍ପନ୍ସ ପ୍ରୋଟୋକଲ୍ କାର୍ଯ୍ୟକରୀ କରାଯାଇ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଅଛି । ବିଦ୍ୟୁତ୍ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ କମ୍ପାନୀର ଲାଇନମେନ୍, ଅଧିକାରୀ ଓ ସହଯୋଗୀ ଦଳମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ କରାଯାଉଅଛି । ପରିସ୍ଥିତିର ନିରନ୍ତର ନିରୀକ୍ଷଣ ଓ ଆବଶ୍ୟକ ସମ୍ପଦର ସଠିକ୍ ବ୍ୟବସ୍ଥାପନ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨୪×୭ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି ।ଝଡ଼ ଯୋଗୁଁ ବ୍ୟାପକ କ୍ଷତି ସତ୍ତ୍ୱେ ଟିପିଡବ୍ଲୁଓଡିଏଲ ପକ୍ଷରୁ ଦ୍ରୁତ ଗତିରେ ବିଦ୍ୟୁତ ସେବା ପୁନରୁଦ୍ଧାର ପାଇଁ ସମସ୍ତ ପ୍ରୟାସ ଜାରି ରହିଛି । ପର୍ଯ୍ୟାୟକ୍ରମେ ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ମଧ୍ୟରାତ୍ର ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବାର ସମ୍ଭାବନା ରଖାଯାଇଅଛି ।
ପୁନରୁଦ୍ଧାର କାର୍ଯ୍ୟ ସମୟରେ ଧୈର୍ଯ୍ୟ ଓ ସହଯୋଗ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଅନ୍ତରିକ କୃତଜ୍ଞତା ଜଣାଯାଉଅଛି । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ଓ ଯଥାଶୀଘ୍ର ବିଦ୍ୟୁତ ସେବା ପୁନରୁଦ୍ଧାର ପାଇଁ ଟିପିଡବ୍ଲୁଡିଏଲ୍ ପ୍ରତିବଦ୍ଧ ରହିଛି ।

More Stories
ପାକିସ୍ତାନକୁ ଶକ୍ତ ଝଟକା, ଦୋହାରେ ପ୍ରସ୍ତୁତ ହେବ ଇରାନ-ଆମେରିକା ବୁଝାମଣାର ଫାଇନାଲ ଡ୍ରାଫ୍ଟ…
ଶାରୀରିକ ସମ୍ପର୍କ ପାଇଁ ରାଜି ନହେବାରୁ ମହିଳାଙ୍କୁ ତଣ୍ଟିଚିପି ହତ୍ୟା
ORMAS: ବିଦେଶରେ ଚାହିଦା ବଢ଼ାଉଛି ‘ଇନ୍ଦ୍ରାବତୀ ପ୍ୟାକେଟ