ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ ବିଭାଗ ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସେ ଜଣେ ଠିକାଦାରଙ୍କ ସିକ୍ୟୁରିଟି ଜମା ଟଙ୍କା ୨୧ ହଜାର ଫେରସ୍ତ ପାଇଁ ଏହି ୫ହଜାର ଟଙ୍କା ଦାବି କରି ହଇରାଣ କରିଆସୁଥିଲେ। ଫଳରେ ଠିକାଦାର ଜଣକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ଏହି ରାସାୟନିକ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ କରି ଗିରଫ କରିଥିଲେ। ତାଙ୍କୁ ଗିରଫ ପରେ ଭିଜିଲାନ୍ସ ଟିମ୍ ତାଙ୍କ ସରକାରୀ ଅଫିସ୍ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରିରଖିଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍