ବାଲିପାଟଣା ରେ ବିଜୁବାବୁଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ଉତ୍ସବ।ବାଲିପାଟଣା : ସ୍ଵାଧୀନତା ସଂଗ୍ରାମୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପୃଥକ ପୃଥକ ଭାବେ ପାଳିତ ହୋଇଯାଇଛି।ଆଜି ସକାଳୁ ଆମ ସଂଗଠନ ମୁଖ୍ୟ କମଲ କୁମାର ପାତ୍ରଙ୍କ ନିର୍ଦ୍ଧେଶରେ ଏକ ବିଶାଳ ଶୋଭାଯାତ୍ରା ବନମାଳୀପୁର ଠାରୁ ବାହାରି ବାଲିପାଟଣା ଛକ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ଓ ବାଲିପାଟଣା ହାଟ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀରେ ସ୍ମୃତ୍ତି ଚାରଣ କରିଥିଲେ। ଏଥିରେ ବାଲିପାଟଣା ବ୍ଲକ ଦଳୀୟ ସଭାପତି କିଶୋର କୁମାର ଜେନା, ବ୍ଲକ ଅଧ୍ୟକ୍ଷା ହରପ୍ରିୟା ଦାସ ଉପଦକ୍ଷା ରାଜଲକ୍ଷ୍ମୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ପବିତ୍ର ମୋହନ ପଟେଲ,ସୁକନ୍ୟା ସେଠୀ, ପ୍ରଦ୍ୟୁମ୍ନ ସେନାପତି, ହରମୋହନ ସ୍ବାଇଁ,ଶରତ ଚନ୍ଦ୍ର ତ୍ରିପାଠୀ,ପ୍ରମୁଖ ଯୋଗଦେଇଥିଲେ।ସେହିପରି ନାରୀନେତ୍ରୀ ସୌଭାଗ୍ୟ ଲକ୍ଷ୍ମୀ ପ୍ରିୟଦର୍ଶିନୀଙ୍କ ନେତୃତ୍ବରେ ହଜାରରୁ ଉର୍ଦ୍ଧ୍ଵ ସମର୍ଥକମାନଙ୍କ ସହିତ ଆସି ବିଜୁବାବୁଙ୍କ ପ୍ରତୀମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାଲିଅନ୍ତା ବ୍ଲକର ଖମଙ୍ଗ ଛକଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଏଥିରେ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ଶୈଳେନ୍ଦୁ ଦାଶ, ସ୍ୱାଗତିକା ନାୟକ,ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା, ଝରଣା ଭୋଇ , ଙ୍କ ସହ ୧୩ ସରପଞ୍ଚ ୬ ସମିତି ସଭ୍ୟଙ୍କ ନେତୃତ୍ବରେ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଯୋଗଦେଇ ଥିଲେ।ସେହିପରି ତୃତୀୟ ଗୋଷ୍ଠି ଭାବେ ପ୍ରିୟ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟଳୟରେ କାର୍ଯ୍ଯ ରତ ତଥା ଆଶାୟୀ ପ୍ରାର୍ଥୀ ଅକ୍ଷୟ କୁମାର ବେହେରାଙ୍କ ନିର୍ଦ୍ଧେଶରେ ଓ ପୁର୍ବତନ ଦୁଇ ବ୍ଲକ ସଭାପତିଙ୍କ ନେତୃତ୍ବରେ ଶହ ଶହ ପୁରୁଖା କର୍ମୀ ଓ ବରିଷ୍ଠ ନେତା ପ୍ରତାପ କେଶରୀ ନାୟକ,ଅଚୂତା ନନ୍ଦ ପାତ୍ର, ମୀର୍ ନାସିର ଅଲ୍ଲୀ, ବିରଞ୍ଚି ନାରାୟଣ କର,ବାପୁଜୀ ରଥ, ଶିବ ପ୍ରସାଦ ଦାଶ, ମହମ୍ମଦ ଜାକିର ହୁସେନ, ସତ୍ୟଭାମା ବେହେରା, ଗୋବିନ୍ଦ ପରିଡା, ସନ୍ଧିପ୍ତ ସେନାପତି ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପୃଥକ ପୃଥକ ଭାବେ ତିନି ତିନିଟା ସଭାର ଆୟୋଜନ କରାଯାଇଥିବାରୁ ବିଜେଡ଼ି ଦଳର କନ୍ଦଳ ପଦାରେ ପଡ଼ିଛି।
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ