ସିଓଆର, ଆର ଟି ଇ ପ୍ରାପ୍ୟ ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ଅନୁମତି


ସିଓଆର, ଆର ଟି ଇ ପ୍ରାପ୍ୟ ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ଅନୁମତି ଇତ୍ୟାଦି ଦାଵୀ ନେଇ ଅପୋସା ତରଫରୁ ଧାରଣା ଓ ବିକ୍ଷୋଭର ବିଶାଳ ସମାବେଶ ଲୋୟର ପିଏମଜି ଠାରେ ଅନୁଷ୍ଠିତ ହଇଯାଇଛି।ଏହି ସମାବେଶରେ ସମଗ୍ର 30ଟି ଜିଲ୍ଲାରୁ ଅପୋସାର ଜିଲ୍ଲା ସ୍ତରୀୟ କର୍ମକତା ମଣ୍ଡଳୀ ମାନେ ତଥା ରାଜ୍ୟ ସ୍ତରୀୟ କର୍ମକତାମାନେ ଯୋଗ ଦାନ କରିଥିଲେ।ଆଗରୁ ବହୁତ ଥର ଏହି ସବୁ ଦାବୀ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଶିକ୍ଷା ନିର୍ଦେଶକଙ୍କୁ ଉପସ୍ଥାପନ କରିବା ସତ୍ୱେ, ବହୁତ ଥର ରାଜରାସ୍ତା କୁ ଓଲ୍ହାଇ ସଫଳ ହେଇପାରିନାହାନ୍ତି ବୋଲି କହିଥିଲେ। ଆଜିର ଏହି ଧାରଣା ଓ ବିକ୍ଷୋଭ ସମାବେଶ ପରିପକ୍ଷୀରେ କର୍ମକର୍ତା ମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବକ୍ତବ୍ୟ ରଖିଛନ୍ତି ଯେ ସରକାର ତୁରନ୍ତ ଆଲୋଚନା କୁ ଆଗେଇ ଆସନ୍ତୁ ନଚେତ ଆଗାମୀ ଦିନରେ ନିର୍ବାଚନ ପୂର୍ବରୁ ଏକ ଭୟଙ୍କର ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭବନାକୁ ଏଡାଇ ଦିଆଜାଇନପାରେ ବୋଲି ସମସ୍ତ ଶିକ୍ଷକ ମେମ୍ବର ମାନେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।ଉପରୋକ୍ତ 3 ଟି ଦାବୀ ଉପରେ ତୁରନ୍ତ କିଛି ସମାଧାନ ନ ହେଲେ ଆଜିର ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପ୍ରଯ୍ୟନ୍ତ ଲାଗୁ ରହିବ ବୋଲି ଅନୁଷ୍ଠାନର ଅଦକ୍ଷ, ସମ୍ପାଦକ, ଅନ୍ୟ ସମସ୍ତ ମେମ୍ବର ମାନେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।


error: Content is protected !!