ନିଖିଳ ଓଡ଼ିଶା ସମବାୟବିତ୍


ନିଖିଳ ଓଡ଼ିଶା ସମବାୟବିତ୍,ସଂଘ ଝାରସୁଗୁଡା ତରଫରୁ ଆଜି ତା-୧୫-୦୩-୨୦୨୪ ଗୁରବାର ସକାଳ ୧୧ଘଣ୍ଟା ସମୟରେ ଜିଲ୍ଲାପାଳ ଝାରସୁଗୁଡ଼ାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ଋଣ ଲଗାଣ, ଆଦାୟ, ବିହନ ଓ ସାର ଯୋଗାଣ, ଧାନ ପଞ୍ଜିକରଣ ଓ କ୍ରୟ ଆଦି କାର୍ଯ୍ୟରେ ପ୍ରାଥମିକ ସମବାୟ ସମିତି ଗୁଡ଼ିକ ନିୟୋଜିତ ଥିବା ବେଳେ ପରିଚାଳନା ଦାୟିତ୍ୱରେ ଥିବା ନିର୍ବାଚିତ ସଭାପତି, ଉପ ସଭାପତି ଓ ସଦସ୍ୟ ମାନଙ୍କ ପାଇଁ କୌଣସି ଭତ୍ତା ର ବ୍ୟବସ୍ଥା ନାହିଁ l ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚିତ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି କରିଥିବା ବେଳେ ପ୍ୟାକ୍ସ ପ୍ରତିନିଧିଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି ତେଣୁ ଏ ସମ୍ପର୍କରେ ବିଚାର କରି ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ପାଇଁ ନିଖିଳ ଓଡ଼ିଶା ସମବାୟବିତ୍ ସଂଘ ଝାରସୁଗୁଡା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିତା ପୁଷ୍ପାଙ୍କୁ ଦାବିପତ୍ର ପ୍ରଦାନ କରାଗଲା l ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଶ୍ରୀଯୁକ୍ତ ଜୟ ପ୍ରକାଶ କୁଅଁର ସମ୍ପାଦକ ଏମ ଡି ରଫାକତ,ଫକୀର ନାଏକ,ଯୁଧିଷ୍ଟିର ସିଂ ଆଦିଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ l


error: Content is protected !!